ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖସିଲା ଅଶୋଧିତ ତେଲ ଦର : ଦେଶରେ କମିବ ପେଟ୍ରୋଲ, ଡିଜେଲ ଦର !

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରୁ ସାଧାରଣ ଖାଉଟିଙ୍କୁ ଆଶ୍ବସ୍ତି ମିଳିବା ସମ୍ଭାବନା ଦେଖାଦେଇଛି। ଏହାର ମୁଖ୍ୟ କାରଣ ହେଉଛି ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃହତ୍‌ ହ୍ରାସ। ବିଶ୍ବ ତୈଳ ବଜାରକୁ ଏବେ ମାନ୍ଦାବସ୍ଥା ଭୟ ଘାରିଛି। ଏହାର ପ୍ରଭାବରେ ନିକଟରେ ବ୍ୟାରେଲ ପିଛା ୧୨୩ ଡଲାର ଛୁଇଁଥିବା ଆମେରିକାର ୱେଷ୍ଟ ଟେକ୍ସାସ୍‌ ଇଣ୍ଟର ମିଡିଏଟ୍‌(ଡବ୍ଲ୍ୟୁଟିଆଇ)ର ମୂଲ୍ୟ ବ୍ୟାରେଲ ପିଛା ୧୧୦ ଡଲାରକୁ ଖସିଆସିଛି। ଚାହିଦାରେ ହ୍ରାସ ଯୋଗୁ ବଜାରରେ ମୂଲ୍ୟ ତୈଳ ଖସିବାରେ ଲାଗିଛି।

ଅପରପକ୍ଷେ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସମୂହ (ଓପେକ୍‌) ଜୁଲାଇ ଏବଂ ଅଗଷ୍ଟରେ ଉତ୍ପାଦନରେ ବୃଦ୍ଧି ଘଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଓପେକ୍‌ ଦୈନିକ ତୈଳ ଉତ୍ପାଦନ ୬,୪୮,୦୦୦ ବ୍ୟାରେଲକୁ ବୃଦ୍ଧି କରିବାକୁ ଯୋଜନା କରିଛି। ଏହାହେଲେ ବଜାରରେ ଆଉ ଚାହିଦା ଯୋଗାଣ ଜନିତ ସ୍ଥିତି ଦେଖିବାକୁ ମିଳିବନାହିଁ। ଫଳରେ ବଜାରରେ ଅଶୋଧିତ ତୈଳ ଅଧିକ ଖସିବ। ବିଶ୍ବ ବଜାରରେ ମୂଲ୍ୟ ଖସୁଥିବାରୁ ଏଭଳି ସ୍ଥିତିରେ ଘରୋଇ ବଜାରରେ ଖୁବ୍‌ ଉଚ୍ଚରେ ରହିଥିବା ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ଘଟିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି।

Leave A Reply

Your email address will not be published.