ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ସଦସ୍ଯଙ୍କ ବ୍ଯକ୍ତିଗତ ସଚିବ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଓଏସଏସସି ସଦସ୍ଯଙ୍କ ବ୍ଯକ୍ତିଗତ ସଚିବ । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନଙ୍କ ପିଏ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ରେଡ୍ ଚାଲିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଏଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ନୀଳାଦ୍ରୀ ବିହାର ସ୍ଥିତ ବିରଞ୍ଚିଙ୍କ ଘରେ ଭିଜିଲାନ୍ସର ଯାଞ୍ଚ ଚାଲିଥିବା ଜଣାପଡିଛି । ଏକକାଳୀନ ଭୁବନେଶ୍ୱର ଓ କଟକର ୬ଟି ସ୍ଥାନରେ ଚଢ଼ାଉ ଚାଲିଛି । ତାଙ୍କର ୨ଟି ୨ ମହଲା ବିଶିଷ୍ଟ କୋଠା, ୯ଟି ପ୍ଲଟ ଥିବା ସୂଚନା ମିଳିଛି । ଏହା ବ୍ୟତିତ ବିରଞ୍ଚିଙ୍କ ସମ୍ପର୍କୀୟଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଜବତ ହୋଇଛି । ଚଢ଼ାଉ ସମୟରେ ବିଭିନ୍ନ କାଗଜପତ୍ର ଓ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି ।

 

Leave A Reply

Your email address will not be published.