ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାଚ ପାଇଁ ପୋଲିସକୁ ମାଡ

ଉଦଳା: କରୋନା ସଂକ୍ରମଣ ବିସ୍ଫୋଟକ ହୋଇ ଚାଲିଛି । ମୟୂରଭଞ୍ଜ ଜିଲ୍ଲା ମଧ୍ୟ କୋଭିଡ୍ ରେଡ୍ ଜୋନରେ ରହିଛି । କରୋନା ସଂକ୍ରମଣ ହୁ ହୁ ହୋଇ ବ୍ୟାପୁଥିବାରୁ ଏକାଧିକ ଲୋକ ଏକାଠି ହେବାକୁ ବାରଣ କରାଯାଉଛି । ଏଥିସହ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧ କ ଲଗାଇଛନ୍ତି ସରକାର । ହେଲେ କିଛି ସ୍ଥାନରେ କଟକଣା ମାନୁନାହାଁନ୍ତି ଲୋକ । ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ଦେୱାନ ବାହାଳୀ ଗାଁରେ କଟକଣା ଉଲ୍ଲଂଘନ କରି ନାଚଗୀତ ଚାଲିଥିଲା ।

ପୋଲିସ ଖବର ସେଠାରେ ପହଞ୍ଚି ନାଚଗୀତ ବନ୍ଦ ପାଇଁ କହିଥିଲା । ହେଲେ ଲୋକ ଶୁଣିନଥିଲେ । ନିଶାସକ୍ତ ଅବସ୍ଥାରେ ଉପସ୍ଥିତ ଲୋକମାନେ ପୋଲିସ ଉପରକୁ ଆକ୍ରମଣ କରିବା ସହିତ ପୋଲିସ ଗାଡ଼ିକୁ ଭଙ୍ଗା ରୁଜା କରିଛନ୍ତି । ଏଥିରେ କେତେକ ପୋଲିସ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି । ପରେ ଆଉ କିଛି ପୋଲିସ ଗାଁରେ ପହଞ୍ଚି ଆହତ ପୋଲିସଙ୍କୁ ଉଦ୍ଧାର କରିଥିଲେ । ପୋଲିସ ଗାଡିକୁ ଭାଙ୍ଗିଥିବା ଓ କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.