ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସରପଞ୍ଚ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଛଡ଼ାଇ ନେଲେ ଉତ୍ତ୍ୟକ୍ତ ଲୋକେ

ପାତ୍ରପୁର: ପାତ୍ରପୁର ବ୍ଲକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତରେ ଶୁକ୍ରବାର ସରପଞ୍ଚ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ର ଉତ୍ତ୍ୟକ୍ତ ଜନତା ଛଡ଼ାଇ ନେଇଥିବା ଖବର ମିଳିଛି। ଆଙ୍କୁଲି ପଞ୍ଚାୟତରେ ବହୁ ଆଦିବାସୀ ବର୍ଗର ଲୋକମାନେ ବସବାସ କରନ୍ତି। ଏହି ପଞ୍ଚାୟତର ସରପଞ୍ଚ ପଦବୀ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ରହିଛି। ଏହାକୁ ନେଇ ଆଦିବାସୀମାନେ ବିରୋଧ କରି ସରପଞ୍ଚ ଏବଂ ୱାର୍ଡ ପ୍ରାର୍ଥୀ ନଦେବାକୁ ସ୍ଥିର କରିଥିଲେ। ଆଜି ନାମାଙ୍କନ ପତ୍ର ଦାଖଲ ହେବାର ଶେଷ ଦିନ ହୋଇଥିବା ବେଳେ ଜଣେ ମହିଳା ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିବା ଦେଖି ଲୋକମାନେ ପହଞ୍ଚି ତାହା ଛଡ଼ାଇ ନେଇଥିଲେ। ଏନେଇ ଖବର ପାଇ ପୁଲିସ ପାହାଡ଼ ଉପରେ ପହଞ୍ଚିବା ଦେଖି ରୁଣ୍ଡ ହୋଇଥିବା ଲୋକମାନେ ଚାଲି ଯାଇଥିଲେ। ଏହି ପଞ୍ଚାୟତରେ ୧୨ଟି ୱାର୍ଡ ଥିବା ବେଳେ କେହି ନାମାଙ୍କନ ପତ୍ର ଦାଖଲ କରିନଥିବା ଜଣାଯାଇଛି।

Leave A Reply

Your email address will not be published.