ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏଣିକି ବିଷାକ୍ତ ତଥା ଅପମିଶ୍ରିତ ମଦ ବିକ୍ରି କରୁଥିବା ଲୋକଙ୍କୁ ଭୋଗିବାକୁ ପଡିବ ମୃତ୍ୟୁଦଣ୍ଡ

ଭୋପାଳ: ବିଷାକ୍ତ ତଥା ଅପମିଶ୍ରିତ ମଦ ବିକ୍ରି କରୁଥିବା ଲୋକଙ୍କୁ ଆଉ ତ୍ରାହି ନାହିଁ । ବିଷାକ୍ତ ମଦ ବିକ୍ରି କରୁଥିବା ଲୋକଙ୍କ ବିରୋଧରେ ମଧ୍ୟପ୍ରଦେଶ ସରକାର ନେଇଛନ୍ତି କଡ଼ା ଆଭିମୁଖ୍ୟ । ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ମଧ୍ୟପ୍ରଦେଶରେ ଦଣ୍ଡବିଧାନ ଆହୁରି କଠୋର ହୋଇଛି । ସମ୍ପ୍ରତି ଏଭଳି ଘଟଣା ପାଇଁ ଅଭିଯୁକ୍ତକୁ ସର୍ବାଧିକ ୧୦ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ଅଛି । ତେବେ ଏଣିକି ବିଷାକ୍ତ ମଦମୃତ୍ୟୁ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ଦିଆଯିବ।

ମଙ୍ଗଳବାର ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମଧ୍ୟ ପ୍ରଦେଶ ସରକାର ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସଂଶୋଧିତ ବିଲ୍‌ର ଡ୍ରାଫ୍ଟକୁ ମଞ୍ଜୁରି ମିଳିଛି । ଏଥିରେ ବିଷାକ୍ତ ମଦ୍ୟପାନ କରି ମୃତ୍ୟୁ ଘଟଣାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ଦିଆଯାଇପାରେ । ଜୋରିମାନା ପରିମାଣ ମଧ୍ୟ ୨୫ ଲକ୍ଷକୁ ବୃଦ୍ଧି କରାଯାଇଛି। ଏହାଛଡ଼ା ବେଆଇନ ମଦ ବିକ୍ରିକୁ ଧରିବାକୁ ଯାଉଥିବା ଅବକାରୀ ଟିମ୍ କିମ୍ବା ଅନ୍ୟ ଅନୁସନ୍ଧାନକାରୀ ଦଳ ଉପରେ ଆକ୍ରମଣ ମାମଲାରେ ବର୍ତ୍ତମାନ ତିନି ବର୍ଷ ପର୍ଯ୍ୟନ୍ତ ଦଣ୍ଡ ମିଳିବ।

Leave A Reply

Your email address will not be published.