ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁର୍ଘଟଣା ରୋକିବା ପାଇଁ ଲୋକମାନେ ମଝିରାସ୍ତାରେ ପୋତିଲେ କଦଳୀ ଗଛ

ସହରର ଚାକଚକ୍ୟ ଓ ବ୍ୟସ୍ତବହୁଳ ଜୀବନ ଭିତରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳେ ଯାହା ସସମ୍ଭଙ୍କୁ ଚକିତ କରିଦିଏ । ଏଭଳି ଏକ ଅର୍ଯ୍ୟ ଘଟଣା ଆମେରିକାର ଫ୍ଲୋରିଡାରେ ଦେଖିବାକୁ ମିଳିଛି। ଏଠାର ଏକ ବ୍ୟସ୍ତବହୁଳ ସଡ଼କ ମଝିରେ କଦଳୀ ଗଛଟିଏ ପୋତା ଯାଇଛି । ସବୁଠାରୁ ବଡ଼ କଥା ହେଉଛି, ରାସ୍ତା ମଝିରେ ପୋତା ଯାଇଥିବା ଏହି ଗଛ ଯୋଗୁଁ କାହାର କିଛି କ୍ଷତି ହେଉନାହିଁ ବରଂ ଲୋକମାନେ ଏହାଦ୍ବାରା ସଚେତନ ହୋଇପାରୁଛନ୍ତି ।

ବାସ୍ତବରେ, ରାସ୍ତାଟିରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା । ଏହି କାରଣରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲା | ଖବର ଅନୁଯାୟୀ, ଫ୍ଲୋରିଡାର ଫୋର୍ଟ ମାୟର୍ସର ହୋଣ୍ଡା ଡ୍ରାଇଭ ନିକଟସ୍ଥ ରାସ୍ତାଟି ଖାଲଖମାରେ ଭର୍ତ୍ତି । ସ୍ଥାନୀୟ ଲୋକେ ଏଦିଗରେ ପ୍ରଶାସନକୁ ବାରମ୍ବାର ଜଣାଇଲା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା। ଏଭଳି ପରିସ୍ଥିତିରେ ଲୋକମାନେ ରାସ୍ତାରେ ଥିବା ଏକ ବଡ଼ ଗର୍ତ୍ତରେ କଦଳୀ ଗଛ ପୋତି ଦେଲେ । ଏପରି କରିବାର ଉଦ୍ଦେଶ୍ୟ ହେଉଛି, ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଏବଂ ଯାତ୍ରୀମାନଙ୍କୁ ସଚେତନ କରିବା । ଏହାଦ୍ବାରା ଦୁର୍ଘଟଣା ମଧ୍ୟ ରୋକା ଯାଇପାରୁଛି । ସବୁଠାରୁ ବିଡ଼ମ୍ବନାର କଥା ହେଉଛି, ଲୋକେ ରାସ୍ତା ମଝିରେ କଦଳୀ ଗଛ ଲଗାଇବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।

Leave A Reply

Your email address will not be published.