ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାତି ୧୦ଟା ପରେ ଭଷାଣି ଶୋଭାଯାତ୍ରାକୁ ବିରୋଧ କରିବାରୁ ପୁଲିସକୁ ମାଡ : ୩ ଅଟକ

ବାରିପଦା : ସ୍ଥାନୀୟ ସହରର ବଡବଜାରରେ ରାତି ୧୦ଟା ପରେ ଗଣେଶ ମେଢ ଭଷାଣି ଶୋଭାଯାତ୍ରାକୁ ପୁଲିସ ବିରୋଧ କରିବାରୁ ଆକ୍ରମଣର ଶିକାର ହୋଇଛି । ପିସିଆର ଭ୍ୟାନରେ ଯାଇ ଡିଜେ ବନ୍ଦ କରିବାକୁ କହିଵାରୁ ଯୁକ୍ତି ତର୍କରୁ ଶୋଭାଯାତ୍ରାକାରୀ ପୁଲିସ ଅଫିସରଙ୍କୁ ମାଡ ମାରିଥିଲେ । ଖବରପାଇ ଥାନାଧିକାରୀ ବୀରେନ୍ଦ୍ର ସେନାପତି ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ ମଧ୍ୟରୁ ୩ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ  ବିଭିନ୍ନ ସ୍ଥାନରେ ଚଢଉ ଆରମ୍ଭ ହୋଇଛି । ଏଥି ସହିତ ଗଣ୍ଡଗୋଳ ସ୍ଥାନରେ ପୁଲିସ ମୁତୟନ ହୋଇଛନ୍ତି।

Leave A Reply

Your email address will not be published.