ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାର୍ବଣ ସମୟରେ ରୁହନ୍ତୁ ସତର୍କ ; ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ଦିଆଯାଉଛି ଗୁରୁତ୍ବ : ଡିଏମଇଟି ସିବିକେ ମହାନ୍ତି

ଭୁବନେଶ୍ବର : ପାର୍ବଣରେ ବଢ଼ିପାରେ କରୋନା ସଂକ୍ରମଣ। ପାର୍ବଣ ସମୟରେ ଭିଡ଼ ଯୋଗୁଁ ସଂକ୍ରମଣ ବଢ଼ିପାରେ। ସଂକ୍ରମଣ ରୋକିବାକୁ ସଚେତନ ରହିବା ଜରୁରୀ। ସମସ୍ତେ କୋଭିଡ ମାର୍ଗଦର୍ଶିକା ପାଳନ କରିବାକୁ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ପୁଣି ସମସ୍ତଙ୍କୁ ଅପିଲ କରିଛନ୍ତି। ପାର୍ବଣ ପାଇଁ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ବ ଦିଆଯାଉଛି । ଯାହାର କିଛି ବି ଲକ୍ଷଣ ପ୍ରକାଶ ପାଉଛି, ସେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣାଇବାକୁ ଡିଏମ୍‌ଇଟି ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ଯେଉଁଠି ସଂକ୍ରମଣ ବଢୁଛି, ସେଠାରେ କଣ୍ଟେନମେଣ୍ଟ ଜୋନ କରାଯାଉଛି।

ପାର୍ବଣ ସମୟରେ ଭିଡକୁ ଦୃଷ୍ଟିରେ ରଖି କୋଭିଡ଼ ସଂକ୍ରମଣ ବଢ଼ିପାରେ । ଆମର ନୈତିକ କାମ ଆମେ ତାକୁ କେମିତି ପ୍ରତିରୋଧ କରିବା ସେ ନେଇ ସଚେତନ ହେବା ଆବଶ୍ୟକ । ତେଣୁ ସମସ୍ତେ କୋଭିଡ ମାର୍ଗଦର୍ଶିକା ପାଳନ କରିବା । ମୁଖ୍ୟତଃ ସାମାଜିକ ଦୂରତା, ଭିଡକୁ ନ ଯିବାକୁ ଡିଏମଇଟି ବାରଣ କରିଛନ୍ତି । ରାଜନୈତିକ ଉତ୍ସବ ଓ ପାର୍ବଣକୁ ଯାଇ ଅଯଥା ଭିଡ଼ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସମସ୍ତେ ଟିକା ନେବା ଆବଶ୍ୟକ। ରାଜ୍ୟରେ ୧୮୦୦ କେନ୍ଦ୍ରରେ ଚାଲିଛି ଟିକାକରଣ। ୩ କୋଟି ୪ ଲକ୍ଷ ଟିକାକରଣ ସରିଲାଣି। ବର୍ତ୍ତମାନ ଦୈନିକ ୪ ଲକ୍ଷ ଟିକା ଦିଆଯାଉଛି। ଦ୍ୱିତୀୟ ଡୋଜ ନେବା ପାଇଁ ଆହୁରି ୨୫ ଲକ୍ଷ ଲୋକ ଅଛନ୍ତି। ସେମାନଙ୍କୁ ଦ୍ୱିତୀୟ ଡୋଜ ଟିକା ଦେବାକୁ ବ୍ୟବସ୍ଥା କରାଯାଉଛି। ରାଜ୍ୟରେ ୭୧ ପ୍ରତିଶତଙ୍କର ସରିଛି ପ୍ରଥମ ଡୋଜ ଟିକାକରଣ। ୧ ଲକ୍ଷ ୮୯ ହଜାର ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଥିବା ବେଳେ ଡିସେମ୍ବର ସୁଦ୍ଧା ଟିକାକରଣ ସାରିବାକୁ ଚେଷ୍ଟା କରାଯାଉଥିବା ଡିଏମ୍‌ଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି।

Leave A Reply

Your email address will not be published.