ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ବେଲାରୁଷର ଆଲେସ୍ ବାଲିଆସ୍କି ଓ ଦୁଇ ସଙ୍ଗଠନକୁ ମିଳିତ ଭାବେ ମିଳିବ ଏହି ନୋବେଲ

ନୂଆଦିଲ୍ଲୀ: ୨୦୨୨ ପାଇଁ  ଆଜି ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଜଣେ ବ୍ୟକ୍ତି ଓ ଦୁଇ ସଂଗଠନକୁ ମିଳିତ ଭାବେ ଏହି ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। ବେଲାରୁଷର ଆଲେସ୍ ବାଲିଆସ୍କିଙ୍କ ନାଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଛି।

ସେ ମାନବାଧିକାର ପ୍ରବକ୍ତା । ୧୯୮୦ ଦଶକର ମଧ୍ୟ ଭାଗରେ ବେଲାରୁସରେ ଆରମ୍ଭ ହୋଇଥିବା ଲୋକତନ୍ତ୍ର ଆନ୍ଦୋଳନରେ ସେ ଜଣେ ଅଗ୍ରଣୀ ବ୍ୟକ୍ତିଥିଲେ । ସେ ନିଜର ଜୀବନକୁ ଦେଶରେ ଲୋକତନ୍ତ୍ର ଏବଂ ଶାନ୍ତିପୂର୍ଣ୍ଣ ବିକାଶକୁ ଆଗକୁ ନେବାରେ ସମର୍ପିତ କରିଥିଲେ । ୧୯୯୬ରେ ସେ ଭିଆସନ ସଙ୍ଗଠନର ସ୍ଥାପନା କରିଥିଲୋ ଭିଆସନ ଏକ ମାନବାଧିକାର ସଂଗଠନ ଭାବେ ବିକଶିତ ହୋଇଥିଲା । ଏହି ଅନୁଷ୍ଠାନ ରାଜନୈତିକ ବନ୍ଦୀଙ୍କ ଉପରେ ହେଉଥିବା ଅତ୍ୟାଚରକୁ ରୋକିବା ପାଇଁ ସ୍ୱର ଉତ୍ତୋଳନ କରିଥିଲା ।

ସେହିପରି ରୁଷିଆର ମାନବାଧିକାର ସଂଗଠନ ‘ମେମୋରିଆଲ’ ଓ ୟୁକ୍ରେନର ମାନବାଧିକାର ସଂଗଠନ ‘ସେଣ୍ଟର ଫର୍ ସିଭିଲ ଲିର୍ବଟିଜ’କୁ ମିଳିବ ୨୦୨୨ ମସିହାର ନୋବେଲ ଶାନ୍ତି ପୁରସ୍କାର।

Leave a comment