ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକ ବଡ଼ ଡାକ୍ତରଖାନାରୁ ଦଲାଲ୍‌ ଗିରଫ: ରକ୍ତ ଦେବା ପାଇଁ ଲାଞ୍ଚ ନେଉଥିଲେ ସିକ୍ୟୁରିଟି ସୁପରଭାଇଜର

କଟକ: ଏସିବି ବ୍ଲଡ୍ ବ୍ୟାଙ୍କରେ ରକ୍ତ ଯୋଗାଇ ଦେବା ନାଁରେ ୧୪ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ ଏସିବି ମେଡିକାଲ ସିକ୍ୟୁରିଟି ସୁପରଭାଇଜର। ଗତକାଲି ରାତରେ ବାଲେଶ୍ୱର ଅଞ୍ଚଳର ଜଣେ ରୋଗୀ ନେଫ୍ରୋଲୋଜି ବିଭାଗରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ରକ୍ତ ଆବଶ୍ୟକ ପଡ଼ିଥିଲା । କେହି ଡୋନର ନମିଳିବାରୁ ତାଙ୍କୁ ରକ୍ତ କରାଇଦେବା ପାଇଁ ସୁପରଭାଇଜର ଜଣଙ୍କ ୧୪ ଶହ ଟଙ୍କା ଲାଞ୍ଚ ନେଇ ଏକ ବ୍ଲଡ୍ କୁପନ ଧରାଇ ଦେଇଥିଲେ।

ତେବେ ବ୍ଲଡ୍ ବ୍ୟାଙ୍କରେ ମହିଳା ଜଣଙ୍କ କୁପନ ଦେବା ବେଳେ ଏହା ନକଲି କୁପନ ବୋଲି ଜଣାପଡିଥିଲା । ମହିଳା ଜଣଙ୍କ ଅଭିଯୋଗ ପରେ ମେଡିକାଲ କତ୍ତୃପକ୍ଷ ତଦନ୍ତ କରିଥିଲେ। ସୁପରଭାଇଜରଙ୍କ ସମ୍ପୃକ୍ତ ବୋଲି ଜଣାପଡିବା ପରେ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା । ତେବେ ଏହି ଏତଲା ଆଧାରରେ ଉକ୍ତ ସୁପରଭାଇଜର ସୁଶାନ୍ତ ଚୌଧୁରୀଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ମେଡିକାଲ ସିକ୍ୟୁରିଟି ସୁପରଭାଇଜର।

Leave A Reply

Your email address will not be published.