ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏଲ ୨୦୨୨ : ପଞ୍ଜାବକୁ ୬ ଓ୍ବିକେଟରେ ହରାଇଲା ରାଜସ୍ଥାନ

ମୁମ୍ବାଇ : ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୫୨ତମ ମ୍ୟାଚରେ ପଞ୍ଜାବକୁ ୬ ୱିକେଟରେ ପରାସ୍ତ କରିଛି ରାଜସ୍ଥାନ । ପଞ୍ଜାବ ଦ୍ୱାରା ରଖାଯାଇଥିବା ୧୯୦ରନର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ୨୦ତମ ଓଭରରେ ୪ ୱିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ୬୮, ଜସ ବଟଲର ୩୦, ଦେବଦତ୍ତ ପଡିକଲ ଓ ସିମରନ ହେଟମେୟର ୩୧ରନ ଲେଖାଏଁ କରିଥିଲେ । ପଞ୍ଜାବ ପକ୍ଷରୁ ଅର୍ସଦୀପ ସିଂ ୨ଟି ୱିକେଟ ନେଇଥିଲେ ।

ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ଜନି ବେୟାରଷ୍ଟୋ ଓ ଶିଖର ଧୱନ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ୱିକେଟ ଯୋଡ଼ିରେ ୪୭ ରନ ଯୋଗ କରିଥିଲେ । ବେୟାରଷ୍ଟୋ ୫୬ରନ କରିଥିବାବେଳେ ଧୱନ ୧୨ରନ କରିଥିଲେ ।

ଧୱନଙ୍କ ପରେ ଆସିଥିବା ଭାନୁକା ରାଜପକ୍ଷେ ୨୭ରନ କରିଥିବାବେଳେ ଜିତେଶ ଶର୍ମା ଅପରାଜିତ ୩୮ ରନ କରିଥିଲେ । ସେହିପରି ଲିଭିଙ୍ଗଷ୍ଟୋନ ୨୨ରନର ଇନିଂସ ଖେଳିଥିଲେ । ଏହାଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୯ ରନ କରିଥିଲା । ରାଜସ୍ଥାନ ପକ୍ଷରୁ ଯୁଜବେନ୍ଦ୍ର ଚହଲ ୩ଟି ୱିକେଟ ନେଇଥିବାବେଳେ ଅଶ୍ୱୀନ ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Leave A Reply

Your email address will not be published.