ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୟାଶ୍ରାଦ୍ଧ ଓ ବଡ଼ବଡ଼ିଆ ଡାକ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ:  ଶ୍ରୀକ୍ଷେତ୍ରରେ ଆଜି ପୟାଶ୍ରାଦ୍ଧ ବା ଦୀପାବଳି ଉତ୍ସବ ପାଳନ କରାଯାଉଛି । ପିତୃଲୋକଙ୍କ ଉଦ୍ଦେଶ୍ୟରେ ଆଜି ବଡ଼ବଡ଼ିଆ ଡକାଯିବାର ପରମ୍ପରା ରହିଛି। ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ପିତୃପୁରୁଷଙ୍କୁ ଆଲୋକ ଦେଖାଇ ବିଦାଇ ଦେଇଥାନ୍ତି। ପିତୃପୁରୁଷଙ୍କ ଶ୍ରାଦ୍ଧ, ବଡ଼ବଡ଼ିଆ ଡାକ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଏଥିପାଇଁ ଶ୍ରୀମନ୍ଦିର ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବା ସହ ଦର୍ଶନ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ତେବେ ପରାଗକୁ ନଜରରେ ରଖି ଆଜି ମଧ୍ୟ ରାତ୍ରରୁ ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ଆରମ୍ଭ ହେବା ସହ ଭୋର ୪ଟା ୫୫ ମିନିଟ ସୁଦ୍ଧା ସମସ୍ତ ନିତୀକାନ୍ତି ଶେଷ କରାଯିବ । ଭକ୍ତମାନେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସ୍ଥାନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ତଦାନ ଓ ଶ୍ରାଦ୍ଧ ଦେବେ ।

ସନ୍ଧ୍ଯାରେ ମଧ୍ୟ ଓଡିଆ ରିତିନିତୀ ଅନୁଯାୟୀ ପ୍ରତି ପରିବାର ବଡବଡୁଆଙ୍କ ଉଦେଶ୍ୟରେ କାଉଁରିଆ କାଠି ଜାଳି ବଡ ବଡୁଆଙ୍କୁ ଡାକିବେ । ଭୋଗ ଲାଗି କରିବାର ବିଧି ବ୍ୟବସ୍ଥା ମଧ୍ୟ ରହିଛି । ବଡ ବଡୁଆଙ୍କୁ ମନେ ପକାଇବାର ଏହି ପରମ୍ପରା ଏବଂ ସେମାନଙ୍କ ପାଇଁ ତିଳ ତର୍ପଣ ଦେବାର ତିଥି ରହିଥାଏ । ସେହିପରି ଦୀପାବଳି ପାଳନ ହେଉଥିବାରୁ ଏହି ଉତ୍ସବକୁ ପୁରପଲିରେ ଆନନ୍ଦ ଓ ଉତ୍ସାହର ସହ ପାଳନ କରିବେ।

Leave A Reply

Your email address will not be published.