ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୂଆ ଆର୍ଥିକ ବର୍ଷରୁ ନୂଆ ନିୟମ: ଏଣିକି ପାନ କାର୍ଡକୁ ଆଧାର କାର୍ଡ ସହ ସଂଯୋଗ କରିବାକୁ ହେଲେ ଦେବାକୁ ପଡ଼ିବ ଜରିମାନା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ନୂତନ ଆର୍ଥିକବର୍ଷ ୨୦୨୨-୨୩। ଏହି ଦିନଠାରୁ ବଦଳିବାକୁ ଯାଉଛି ଅନେକ କିଛି ନିୟମ। ଆୟକରଠାରୁ ଆରମ୍ଭ କରି ଗୃହଋଣ, ପିଏଫ୍‌ ଓ ବ୍ୟାଙ୍କ ସମ୍ବନ୍ଧୀୟ ଅନେକ ନିୟମ ମଧ୍ୟ ବଦଳିବାକୁ ଯାଉଛି। ଯାହାର ପ୍ରଭାବ ଆପଣଙ୍କ ରୋଜଗାର, ଖର୍ଚ୍ଚ ଓ ସଞ୍ଚୟ ଉପରେ ପଡିବ।

ଇ-ଇନଭଏସିଂ କାଟାଗୋରୀକୁ ଆସିବେ ବ୍ୟବସାୟୀ
୨୦ କୋଟି ଟଙ୍କା ଟର୍ଣ୍ଣଓଭର କରୁଥିବା ବ୍ୟବସାୟୀ ଇ-ଇନଭଏସିଂ କାଟାଗୋରୀକୁ ଆସିବେ । ସବୁ ବିଜନେସ ଟୁ ବିଜନେସ ପାଇଁ ଇ-ଇନଭଏସିଂ ଲାଗୁ ହେବ । ଯଦି ଇ-ଇନଭଏସିଂ କରାନଯାଏ ତେବେ ଟ୍ରାନ୍ସପୋର୍ଟ ସମୟରେ ମାଲ ଜବତ କରାଯାଇପାରେ । ଏହାସହ ମାଲ କିଣୁଥିବା ବ୍ୟବସାୟୀଙ୍କୁ ମିଳୁଥିବା ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଉପରେ ସମସ୍ୟା ଆସିପାରେ ।

ପାନ୍-ଆଧାର ସଂଯୋଗରେ ପେନାଲ୍ଟି

ଏଣିକି ପାନ କାର୍ଡକୁ ଆଧାର କାର୍ଡ ସହ ସଂଯୋଗ କରିବାକୁ ହେଲେ ଜରିମାନା ଦେବାକୁ ପଡିବ । ୨୦୨୨ ଜୁନ ମାସ ପର୍ଯ୍ୟନ୍ତ ଜରିମାନା ୫୦୦ ଟଙ୍କା ରହିବ। ଏହାପରେ ଏହି ଜରିମାନା ପରିମାଣ ବଢି ୧୦୦୦ ଟଙ୍କା ହୋଇଯିବ। ୨୦୨୩ ମାର୍ଚ୍ଚ ୧ ମଧ୍ୟରେ ପାନ୍-ଆଧାର ସଂଯୋଗ ନ କରାଇଲେ ପାନ୍ କାର୍ଡ ଅଚଳ ହୋଇଯିବ ।

ଗୃହଋଣରେ ମିଳିବନି ରିଆତି
ଏଣିକି ଗୃହଋଣ ଉପରେ ରିଆତି ବା ସବ୍‌ସିଡି ମିଳିବ ନାହିଁ। ପ୍ରଥମ ଥର ଘର କିଣୁଥିଲେ ଧାରା ୮୦-ଇଇଏ ଅନୁସାରେ ସୁଧ ଉପରେ ମିଳୁଥିବା ୧.୫ ଲକ୍ଷ ଟଙ୍କାର ରିଆତି ଆଉ ମିଳିବନାହିଁ। ଘରର ଦାମ ୪୫ ଲକ୍ଷ ଟଙ୍କାରୁ କମ ହୋଇଥିଲେ, ସୁଧ ସୁଝିବାରେ ଦେଢ ଲକ୍ଷ ପର୍ଯ୍ୟନ୍ତ ରିଆତି ଅର୍ଥ ମିଳୁଥିଲା । ଏହି ରିହାତି, ଧାରା ୨୪-ବି ଅନୁସାରେ ୨ ଲକ୍ଷ ଟଙ୍କା ରିହାତି ବାଦ ମିଳୁଥିଲା । ଯାହା ଏବେ ଆଉ ମିଳିବ ନାହିଁ । ଯେଉଁମାନେ ଘର କିଣିବାକୁ ୨୦୧୯ ଏପ୍ରିଲ ୧ରୁ ୨୦୨୨ ମାର୍ଚ୍ଚ ୩୧ ମଧ୍ୟରେ ଋଣ କରିଥିଲେ ସେମାନେ ଏହି ଲାଭ ପାଉଥିଲେ।

Leave A Reply

Your email address will not be published.