ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଘୋଷଣା ହେଲା ‘ପଠାନ୍‌’ର ରିଲିଜ୍‌ ତାରିଖ, ଦୀର୍ଘ ଦିନ ପରେ କିଙ୍ଗ ଖାନଙ୍କୁ ବଡ ପରଦାରେ ଦେଖିବାକୁ ପ୍ରଶଂସକ ଉତ୍ସାହିତ

ମୁମ୍ବଇ: ୪ ବର୍ଷର ଲମ୍ବା ବ୍ୟବଧାନ ପରେ ପରଦାକୁ ଆସିବାକୁ ଯାଉଛି ବଲିଉଡ଼ କିଙ୍ଗ୍‌ ଖାନଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍‌’। ଏହି ଚଳଚ୍ଚିତ୍ରର  ମୁକ୍ତିଲାଭ ତାରିଖ ଶାହରୁଖ୍‌ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଶେୟାର କରିଛନ୍ତି। ଆସନ୍ତା ବର୍ଷ ଜାନୁଆରୀ ୨୫ ତାରିଖରେ ପ୍ରେକ୍ଷାଳୟକୁ ଆସିବ ‘ପଠାନ୍‌’।


ସେ ଟ୍ବିଟ କରି ଲେଖିଛନ୍ତି ଯେ, ମୁଁ ଜାଣେ ଏହା ଟିକେ ବିଳମ୍ବ ହୋଇଛି। କିନ୍ତୁ ତାରିଖ ମନେ ରଖନ୍ତୁ। ‘ପଠାନ’ ସମୟ ବର୍ତ୍ତମାନ ଆରମ୍ଭ ହେଉଛି। ୨୦୨୩ ଜାନୁୟାରୀ ୨୫ ତାରିଖରେ ଆପଣଙ୍କ ସହ ପ୍ରେକ୍ଷାଳୟରେ ଦେଖାହେବ। ଏହି ଫିଲ୍ମ ‘ପଠାନ୍‌’ ହିନ୍ଦୀ ସହ ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବ। ଦୀର୍ଘ ଦିନ ପରେ ପ୍ରଶଂସକମାନେ କିଙ୍ଗ ଖାନଙ୍କୁ ବଡ ପରଦାରେ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

Leave A Reply

Your email address will not be published.