bitcoin
Bitcoin (BTC) 2,287,925.24 0.76%
ethereum
Ethereum (ETH) 141,748.59 6.65%
tether
Tether (USDT) 77.59 0.03%
usd-coin
USD Coin (USDC) 77.51 0.33%
bnb
BNB (BNB) 24,072.90 5.17%
xrp
XRP (XRP) 30.57 2.98%
binance-usd
Binance USD (BUSD) 77.97 0.56%
cardano
Cardano (ADA) 37.39 6.51%
solana
Solana (SOL) 3,438.32 8.55%
dogecoin
Dogecoin (DOGE) 6.09 5.57%

ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼: ବଢ଼ିଲା ଆଳୁ ଦର

ଭୁବନେଶ୍ୱର: ଖାଉଟିଙ୍କ ଉପରେ ପୁଣି ମହଙ୍ଗାମାଡ଼ । ବଢ଼ିଲା ଆଳୁ ଦର ।  ଏବେ ଖୁଚରା ବଜାରରେ କିଲୋ ପିଛା ୨୦ରୁ ୨୨ ଟଙ୍କାରେ ବିକ୍ରି ହେଉଛି ଆଳୁ। ଆଗକୁ କିଲୋ ପିଛା ଦର ୨୫ରୁ ୩୦ ଟଙ୍କା ହୋଇପାରେ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଛି । ଓଡ଼ିଶାକୁ ଆଳୁ ମୁଖ୍ୟତଃ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆସିଥାଏ । ଯେଉଁ ପରିବହନ ଖର୍ଚ୍ଚ କୁଇଣ୍ଟାଲ ପିଛା ୯୦ ଟଙ୍କା ଥିଲା, ତାହା ଏବେ ୧୫୦ ଟଙ୍କା ଟପିଲାଣି । ବର୍ଦ୍ଧିତ ୫୦ରୁ ୬୦ ଟଙ୍କା ପରିବହନ ଖର୍ଚ୍ଚ ଖାଉଟିଙ୍କୁ ଭରଣା କରିବାକୁ ପଡ଼ିବ ।

ପଶ୍ଚିମବଙ୍ଗରେ ୧୫୦୦ରୁ ୧୬୫୦ ଟଙ୍କା କୁଇଣ୍ଟାଲ ପିଛା ଆଳୁ ଦର ରହିଛି । ପରିବହନ ଖର୍ଚ୍ଚକୁ ଆଳୁର ମୂଳ ଦର ସହ ମିଶାଇବାକୁ ପଡ଼ିବ । ଏଠି ହୋଲସେଲରେ ୧୬୫୦ରୁ ୧୭୫୦ରେ ବିକ୍ରି ହେଉଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ଆଗମୀ ଦିନରେ ୫୦ରୁ ୧୦୦ ଟଙ୍କା ବଢ଼ିବ ଦାମ୍ । ସେହିପରି ଉତ୍ତରପ୍ରଦେଶରେ ଆଳୁ କୁଇଣ୍ଟାଲ ପିଛା ୧୬୦୦ରୁ ୧୬୫୦ ଟଙ୍କାରେ ବିକ୍ରି ହେଉଛି । ଆଗକୁ ଆଳୁ ଦର ଆହୁରି ବୃଦ୍ଧି ପାଇବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା ।

Leave a comment