ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିପିଲି ଟୋଲଗେଟ୍ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୨୦ରୁ ଉର୍ଦ୍ଧ୍ବ ଆହତ

ପିପିଲି : ପିପିଲି ଟୋଲଗେଟ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ । ଓଲଟିପଡ଼ିଲା ଯାତ୍ରୀବାହୀ ବସ୍ । ବସରେ ୫୦ରୁ ଅଧିକ ଯାତ୍ରୀ ରହିଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ଖବର ମୁତାବକ ଭୁବନେଶ୍ୱରରୁ କାକଟପୁର ଯାଉଥିବା ଯାତ୍ରୀବାହୀ ସାରଳା ବସ ପିପିଲି ଟୋଲଗେଟ୍ ନିକଟରେ ଓଲଟିପଡ଼ିଥିଲା।ଫଳରେ ୨୦ରୁ ଅଧିକ ଯାତ୍ରୀ ଏଥିରେ ଆହତ ହୋଇଛନ୍ତି । ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ବସ୍‌ ଓଲଟିବା ଫଳରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣଙ୍କ ବସର ହେଲପର ବୋଲି ଜଣା ପଡ଼ିଛି । ଦୁର୍ଘଟଣା ପରେ ପିପିଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମେଡିକାଲରେ ତୁରନ୍ତ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଦୁର୍ଘଟମା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.