ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସିଲା ‘ଇସ୍ପାତ’ ବସ୍

ଗଜପତି : ଭାରସାମ୍ୟ ହରାଇ ଘାଟିରୁ ଖସିପଡିଲା ଯାତ୍ରୀବାହୀ ବସ୍। ଗଜପତି ଜିଲ୍ଲା ରାଇଗଡ଼ ଥାନା ଅନ୍ତର୍ଗତ ରାଶିବାଡ଼ି ଘାଟିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡ଼ିବାରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍ ଚାଳକଙ୍କ ଅବସ୍ଥା ଗୁରୁତର ରହିଛି।

ମିଳିଥିବା ସୂଚନାନୁସାରେ ଗୁରୁବାର ରାତିରେ ଇସ୍ପାତ ନାମକ ବସଟି ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଭିମୁଖେ ବାହାରିଥିଲା । ତେବେ ଶୁକ୍ରବାର ସକାଳେ ରାୟଗଡ଼ା ଥାନା ଅନ୍ତର୍ଗତ ରାଶିବାଡ ଘାଟି ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଏହା ଓଲଟି ପଡିବାରୁ ପ୍ରାୟ ୧୦ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ବସ୍ ଡ୍ରାଇଭର ମଧ୍ୟ ରହିଛନ୍ତି । ଗୁରୁତରଙ୍କୁ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ପାଇ ପୁଲିସ , ଅଗ୍ନିଶମ ବାହୀନି ଓ  ଓ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଦୁର୍ଘଟଣା ପରେ ରାଶିବାଡି ଘାଟିରେ ଗାଡିମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Leave A Reply

Your email address will not be published.