ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବରମୁଣ୍ଡା ବସଷ୍ଟାଣ୍ଡରେ ଜଳିଗଲା ଯାତ୍ରୀବାହୀ ବସ୍

ଭୁବନେଶ୍ୱର:  ଭୁବନେଶ୍ୱ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଜଳିଗଲା ଯାତ୍ରୀବାହୀ ବସ୍। ‘ଖଣ୍ଡାଧାର କୁଇନ୍’ ନାମକ ଏକ ବସରେ ନିଆଁ ଲାଗିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସୂଚନା ଅନୁଯାୟୀ, ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ଛିଡା ହୋଇଥିଲା ‘ଖଣ୍ଡାଧାର କୁଇନ୍’ ନାମକ ଏକ ଯାତ୍ରୀବାହୀ ବସରେ ହଠାତ୍‌ ବସ୍‌ରେ ନିଆଁ ଲାଗିଯାଇଥିଲା । ଏହାପରେ ତୁରନ୍ତ ଅଗ୍ନିଶନ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରିଥିଲେ । ଶେଷରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା ଅଗ୍ନିଶମ ବାହିନୀ । ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନ ଥିବା ଜଣାପଡ଼ିଛି।  ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ।

Leave A Reply

Your email address will not be published.