ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅକଳରେ ବଡ ଟେକ କମ୍ପାନୀ: ଗୁଗଲ, ଫେସବୁକ, ଟ୍ୱିଟରକୁ ସଂସଦୀୟ କମିଟି କରିବ ସମନ

ନୂଆଦିଲ୍ଲୀ: ପ୍ରତିଯୋଗିତା ବିରୋଧୀ କାର୍ଯ୍ୟକଳାପକୁ ନେଇ ବିଶ୍ବର ବୃହତ୍ ଟେକ୍ ବା ଟେକ୍ନୋଲୋଜି କମ୍ପାନୀ ଗୁଡିକ ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ରୋଷର ଶିକାର ହେବାକୁ ଯାଉଛନ୍ତି। ଏମାନେ ଏବେ ସିସିଆଇ ଯାଞ୍ଚର ଶିକାର ହେବେ। ଏଥିରେ ଗୁଗୁଲ୍, ଆମାଜନ୍, ଫେସବୁକ୍ ଏବଂ ଟ୍ଵିଟର ଭଳି ବିଶ୍ବର ବଡ ଟେକ୍ କମ୍ପାନୀ ରହିଛନ୍ତି। ସଂସଦୀୟ କମିଟି ବୁଧବାର ଗୁଗୁଲ୍, ଆମାଜନ, ଫେସବୁକ୍, ଟ୍ଵିଟର ଏବଂ ଅନ୍ୟାନ୍ୟ କମ୍ପାନୀର ପ୍ରତିନିଧିଙ୍କୁ ସମନ୍‌ ଜାରି କରିବାକୁ ନିଷ୍ପରି ନେଇଛି। ଏହି କମ୍ପାନୀଗୁଡିକର ପ୍ରତିଯୋଗିତାମୂଳକ ଆଚରଣ ପରୀକ୍ଷା କରିବାକୁ କମିଟି ଏହି ପଦକ୍ଷେପ ନେଇଛି ।

ଏକ ରିପୋର୍ଟ ଅନୁଯାୟୀ, ଏହି ପ୍ରସଙ୍ଗରେ କମିଟିର ପରବର୍ତୀ ବୈଠକ ମେ ୧୨ରେ ହୋଇପାରେ। ଗୁରୁବାର ବୈଠକରେ ଅର୍ଥ ସଂସଦର ସ୍ଥାୟୀ କମିଟି ସମ୍ମୁଖରେ ସିସିଆଇ ପକ୍ଷରୁ ପ୍ରସଙ୍ଗ ଉପସ୍ଥାପନା କରାଯିବା ପରେ ସଦସ୍ୟମାନେ ବିସ୍ତୃତ ଭାବରେ ଏନେଇ ଆଲୋଚନା କରିଥିଲେ। ଏକ ଡିଜିଟାଲ୍ ମାର୍କେଟସ୍‌ ଏବଂ ଡାଟା ୟୁନିଟ୍ ପ୍ରତିଷ୍ଠା କରୁଥିବାରୁ ସିସିଆଇ ଏହାର ଅଧିନିୟମରେ ସଂଶୋଧନ କରିବାକୁ ଏକ ବିଧେୟକ ଆଣିବାକୁ ଯାଉଥିବା ସିସିଆଇ ସୂଚନା ଦେଇଛି। ଗୁଗୁଲ୍, ଫେସବୁକ୍ ହ୍ଵାଟ୍ସଆପ୍, ଆପଲ୍, ଆମାଜନ୍, ଫ୍ଲିପକାର୍ଟ, ମେକ୍ ମାଇଁ ଟ୍ରିପ୍-ଗୋଏବିବେ, ସ୍ନିଗି ଏବଂ ଜୋମାଟୋ ବିରୋଧରେ ସିସିଆଇ ଏହାର ଅନୁସନ୍ଧାନକୁ ମଧ୍ୟ ବ୍ୟାଖ୍ୟା କରିଛି । ଭାରତ ସମେତ ବିଶ୍ବ ସ୍ତରରେ ପ୍ରତିଦ୍ବନ୍ଦିତାକୁ ନେଇ ବଢ଼ୁଥିବା ଚିନ୍ତାର ପୃଷ୍ଠଭୂମିରେ ଏହି ବୈଠକ କରାଯାଉଛି। ବୃହତ ବୈଷୟିକ କମ୍ପାନୀ ଏବଂ ପ୍ଲାଟଫର୍ମଗୁଡିକର ଧାରଣା ଅଭ୍ୟାସକୁ ବୈଠକରେ ବର୍ଣ୍ଣନା କରାଯାଇଥିଲା ଯାହା ବଜାରରେ ପ୍ରତିଯୋଗିତା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଏହି ବୈଠକ ସମ୍ପର୍କରେ କମିଟିର ସଭାପତି ଜୟନ୍ତ ସିହ୍ନା କହିଛନ୍ତି ଯେ କମ୍ପାନୀ ବ୍ୟାପାର ମନ୍ତ୍ରାଳୟ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ଅଧିକାରୀଙ୍କ ସହ ଆମର ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଏହି ପ୍ରସଙ୍ଗରେ ପରବର୍ତ୍ତୀ ବୈଠକରେ ଆମେ ପ୍ରମୁଖ ବୈଷୟିକ କମ୍ପାନୀଗୁଡିକୁ ଡକାଇବୁ ଏବଂ ଡିଜିଟାଲ୍ ସ୍ପେସର ଆବଶ୍ୟକତା ତଥା ଆହ୍ବାନର ମୁକାବିଲା ପାଇଁ ଭାରତରେ ପ୍ରତିଯୋଗିତା ଆଇନ କିପରି ବିକାଶ ହେଉଛି ସେ ବିଷୟରେ ଆଲୋଚନା କରିବୁ ।

ଏହି କମ୍ପାନୀଗୁଡିକର ପ୍ରତିଯୋଗିତାମୂଳକ ଆଚରଣ ଉପରେ କମିଟି ବିଚାରବିମର୍ଶ କରିବ ବୋଲି ଶ୍ରୀ ସିହ୍ନା କହିଛନ୍ତି। ସେ କହିଥିଲେ ଯେ ୨୦୦୨ ମସିହାରେ ସିସିଆଇ ଅଧିନିୟମ ଅଣାଯାଇଥିଲା ଏବଂ ଏଥିରେ ଶେଷ ଥର ପାଇଁ ସଂଶୋଧନ ୨୦୦୭ ମସିହାରେ କରାଯାଇଥିଲା। ସୂଚନାନୁସାରେ, ବିଜେପି ସଦସ୍ୟ ସିଏମ୍ ରମେଶ ସିସି ଅଧିକାରୀଙ୍କ ସହ ସିମେଣ୍ଟ କମ୍ପାନୀ ଗୁଡିକ ଦ୍ଵାରା କରାଯାଉଥିବା କାର୍ଟେଲାଇଜେସନ୍ ପ୍ରସଙ୍ଗ ଉଠାଇଛନ୍ତି। ପରବର୍ତ୍ତୀ ବୈଠକରେ ଏହା ଉପରେ ସିସିଆଇର ପ୍ରତିକ୍ରିୟା ଆଶା କରାଯାଉଛି।

Leave A Reply

Your email address will not be published.