ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପରମବୀର ସିଂହ ପଳାତକ ଘୋଷିତ

ମୁମ୍ବଇ : ମୁମ୍ବଇ ପୁଲିସର ପୂର୍ବତନ କମିଶନର ପରମବୀର ସିଂହଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ଏକ ସ୍ଥାନୀୟ କୋର୍ଟ ବୁଧବାର ପଳାତକ ଘୋଷଣା କରିଛନ୍ତି। ସିଟି ପୁଲିସ ଦ୍ଵାରା ସିଂହଙ୍କ ବିରୋଧରେ ରୁଜୁ ହୋଇଥିବା ଲାଞ୍ଚ କାରବାର ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶନିବାର ମୁମ୍ବଇ ପୁଲିସ ପରମବୀରଙ୍କ ବ୍ୟତୀତ ଅନ୍ୟ ଦୁଇ ଅଭିଯୁକ୍ତ ବିନୟ ସିଂହ ଏବଂ ରିଆଜ ଭାଟିଙ୍କୁ ପଳାତକ ଘୋଷଣା କରିବାକୁ ମାଜିଷ୍ଟ୍ରେଟ କୋର୍ଟରେ ଆବେଦନ କରିଥିଲା। ସେମାନେ ଫେରାର ଥିବା ଏବଂ ଠାବ କରାଯାଇ ପାରୁନଥିବା ପୁଲିସ କହିଥିଲା । ଏବେ ସିଟି ପୁଲିସ ସେମାନଙ୍କ ଘର ଠିକଣାରେ ନୋଟିସ ଲଗାଇବା ସହିତ ଏହାକୁ ଖବରକାଗଜରେ ପ୍ରକାଶ କରିଛି । ୩୦ ଦିନ ମଧ୍ୟରେ ହାଜର ନହେଲେ ସମ୍ପତି ଜବତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.