ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଓଲଟିଲା ମାଛଧରା ଡଙ୍ଗା: ୨ନିଖୋଜ, ୫ ଉଦ୍ଧାର

ପାରାଦୀପ: ପାରାଦୀପ ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଏକ ଅଘଟଣ ଘଟିଯାଇଛି। ମାଛଧରା ଡଙ୍ଗା ଓଲଟିପଡିବାରୁ ୭ ମତ୍ସ୍ୟଜୀବୀ ପ୍ରଖର ସୁଅରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ଉଦ୍ଧାର ହୋଇଥିଲାବଳେ ଦୁଇଜଣ ଏବେ ବି ନିଖୋଜ ଅଛନ୍ତି।

ସୂଚନା ଅନୁଯାୟୀ, ଗତ ଦୁଇଦିନ ତଳେ ମା’ ରାମଚଣ୍ଡୀ-୯୮ ନାମକ ଏକ ବୋଟରେ ୭ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ହେଲେ ଆଜି କୂଳକୁ ଫେରୁଥିବା ସମୟରେ ସମୁଦ୍ରର ପ୍ରଖର ସୁଅ ଆଗରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟିପଡିଥିଲା। ବୋଟରେ ଥିବା ୭ଜଣ ମତ୍ସ୍ୟଜୀବୀ ପାଣିରେ ଛିଟିକି ପଡିଥିଲେ । ପଛରୁ ଆସୁଥିବା ଅନ୍ୟ ଏକ ବୋଟ ୫ଜଣଙ୍କୁ ଉଦ୍ଧାର କରିଥିଲା । ଅନ୍ୟପଟେ ନିଖୋଜ ଦୁଇ ଜଣ ମତ୍ସ୍ୟଜୀବୀ ଦାମଲ କାମରାଜୁ ଓ ସି.ଏଚ୍ ଦେଉଡଙ୍କୁ ଉଦ୍ଧାର କରିବା ପାଇଁ ମାଛଧରା ବୋଟ ଓ କୋଷ୍ଟଗାର୍ଡ ଅପ୍ରାଣ ଚେଷ୍ଟା ଜାରି ରଖିଛନ୍ତି।

 

Leave A Reply

Your email address will not be published.