ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନ୍ୟାୟପାଳିକା ସହ ଯୋଡ଼ି ହେଲା ନୂଆ ଅଧ୍ୟାୟ, ରାଜ୍ୟର ୩୦ ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ

କଟକ: ନ୍ୟାୟପାଳିକା ସହ ଯୋଡ଼ି ହେଲା ଏକ ନୂତନ ଅଧ୍ୟାୟ । ରାଜ୍ୟର ୩୦ ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ । ଏହି ପେପରଲେସ୍ କୋର୍ଟର ଶୁଭାରମ୍ଭ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ । କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଏମଆର ଶାହା ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଉପସ୍ଥିତ ଥିଲେ । ପେପରଲେସ କୋର୍ଟ ଦ୍ୱାରା ବିଚାର ପ୍ରକ୍ରିୟା ସହଜ ହୋଇପାରିବ । ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟକୁ ଏକତ୍ର ରଖା ଯାଇପାରିବା ସହ ଗଛକଟାକୁ ରୋକାଯାଇପାରିବ । ଏହି କୋର୍ଟ ଶୁଭାରମ୍ଭ ହେବା ପରେ ଲୋକେ ଘରେ ବସି କୋର୍ଟରେ ଅଭିଯୋଗ କରିପାରିବେ ।

କମ୍ ସମୟରେ ମାମଲାର ବିଚାର କରାଯାଇପାରିବ । ସମୟାନୁସାରେ ସଭିଏଁ ଟେକ୍ନୋଲୋଜିକୁ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଓଡିଶାର ୩୦ଟି ଜିଲ୍ଲାରେ ଏହି ସେବା ଶୁଭାରମ୍ଭ କରିଥିବାରୁ ଏହା ପ୍ରଶଂସା ଯୋଗ୍ୟ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ କହିଛନ୍ତି । ଏହି ଅବସରରେ ଚିଫ୍ ପିଏମଜି ଶୁଭେନ୍ଦୁ ସ୍ୱାଇଁଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୋଷ୍ଟାଲ କଭର ଓ ପୋଷ୍ଟକାର୍ଡର ଶୁଭାରମ୍ଭ ହୋଇଛି ।

Leave A Reply

Your email address will not be published.