ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶା ପାଇଁ ରିଜର୍ଭ ବ୍ୟାଙ୍କ ଲୋକପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ପଙ୍କଜ କୁମାର ନାୟକ

ଭୁବନେଶ୍ବର: ଓଡ଼ିଶା ପାଇଁ ରିଜର୍ଭ ବ୍ୟାଙ୍କ ଲୋକପାଳ (RBI Ombudsman ) ଭାବେ ଦାୟିତ୍ବ ଗ୍ରହଣ କଲେ ପଙ୍କଜ କୁମାର ନାୟକ। ସେ  ଗତକାଲି ୧୮  ଏପ୍ରିଲରୁ ଏହି ଦାଇତ୍ୱ ଗ୍ରହଣ କରିଛନ୍ତି ।

ଏହା ପୂର୍ବରୁ ସେ ଗତ ତିନି ବର୍ଷ ହେଲା ଦେଶର ସର୍ବାଧିକ ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶ ର ରିଜର୍ଭ ବ୍ୟାଙ୍କ ଲୋକପାଳ ହିସାବରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ଗ୍ରାହକଙ୍କ ଅଭିଯୋଗର ସୁଚିନ୍ତିତ ତଥା ସନ୍ତୁଳିତ ନିଷ୍ପତ୍ତି ପାଇଁ ଉତ୍ତର ପ୍ରଦେଶରେ ଉଭୟ ବ୍ୟାଙ୍କ ଏବଂ ବ୍ୟାଙ୍କ ଗ୍ରାହକ ତାଙ୍କୁ ବହୁତ ପସନ୍ଦ କରିଥିଲେ। ଲୋକପାଳ ହେବା ପୂର୍ବରୁ ପଙ୍କଜ କୁମାର ନାୟକ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ କାର୍ଯ୍ୟାଳୟରେ ବିଭିନ୍ନ ଦାୟିତ୍ୱ ସମ୍ପନ୍ନ ପଦବୀରେ ଅଧିଷ୍ଠିତ ଥିଲେ। ଆଶା କରାଯାଉଛି ଯେ ତାଙ୍କର ଦକ୍ଷତା ଏବଂ କାର୍ଯ୍ୟକୁଶଳତାରୁ ଓଡିଶାର ବ୍ୟାଙ୍କ ଗ୍ରାହକ ଉପକୃତ ହେବେ। ପଙ୍କଜ କୁମାର ନାୟକଙ୍କ ଘର ଢେ଼ଙ୍କାନାଳ ଜିଲ୍ଲା ଗଣେଶ ବଜ଼ାରରେ ହୋଇଥିବା ବେଳେ ସେ ସ୍ବର୍ଗତ ଉଦୟନାଥ ନାୟକ ଓ ସୁଲୋଚନା ନାୟକଙ୍କ ପୁତ୍ର।

Leave A Reply

Your email address will not be published.