ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ପୁଣି ଜଣେ କୋଟିପତି ସରକାରୀ କର୍ମଚାରୀ । ଏହି ସରକାରୀ କର୍ମଚାରୀ ଜଣଙ୍କ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କେରଜୋଳି ପଂଚାୟତର ନିର୍ବାହୀ ଅଧିକାରୀ ସନ୍ତୋଷ ସାହୁ । କଟକ ଓ ଢେଙ୍କାନାଳ ଭିଜିଲାନ୍ସର ୫ଟିମ କାମାକ୍ଷାନଗର ଉପଖଣ୍ଡ ଅଂଚଳରେ ଛାନ ଭିନ ଜାରି ରଖିଥିବା ଜଣାପଡିଛି । ତେବେ ସନ୍ତୋଷଙ୍କର କାମାକ୍ଷାନଗର ବିଜ୍ଞାପିତ ପରିଷଦ ଅଂଚଳର ଜିରିଡାମାଳି ଠାରେ ସେ ଭଡାରେ ଲଗାଇଥିବା ଘର ବ୍ୟତୀତ ରହୁଥିବା ଏକ ତିନିମହଲା ବିଶିଷ୍ଠ ବିଳାଶପୁର୍ଣ କୋଠା ଘର , ମାର୍କେଟ କମ୍ପେକ୍ସ , ତୁମୁସିଂହା ଥାନା ଅନ୍ତର୍ଗତ କନ୍ତିଓକାଟେଣି ସ୍ଥିତ ପୈତୃକ ଘର ଆଦି ଜାଗାରେ ଭିଜିଲାନ୍ସ ପୃଥକ ପୃଥକ ଭାବେ ଛାନ ଭିନ ଜାରୀରଖିଛି । ଏହି ଯାଂଚରେ ସନ୍ତୋଷ ବେଆଇନ ଭାବେ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଜଣାପଡ଼ିଛି । ଏପରିକି ତାଙ୍କ ଠାରୁ ବିଭିନ୍ନ ବ୍ୟାଙ୍କର ପାସବୁକ, ବୀମା ପଲିସ , ତିନୋଟି ବିଶାଳ କୋଠାଘର, ଜାଗା, ଚାରିଚାକିଆ ଗାଡି ଓ ସୁନା ଗହଣା ଆଦି ପ୍ରାୟ ଦେଢ଼ କୋଟିରୁ ଉର୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ କରିସାରିଲେଣି ଭିଜିଲାନ୍ସ ଟିମ । ଭିଜିଲାନ୍ସ ଚଢ଼ାଉ ଜାରିରହିଥିବାବେଳେ ଠାବ ହୋଇଥିବା ସମ୍ପତ୍ତିର ସଠିକ ଆକଳନ ଜାରୀରଖିଛି ଭିଜିଲାନ୍ସ ।

Leave A Reply

Your email address will not be published.