ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଞ୍ଚାୟତ ନିର୍ବାଚନ: ମଦ, ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଉପରେ ନିର୍ବାଚନ କମିସନଙ୍କ ନିଷେଧାଦେଶ

ଭୁବନେଶ୍ବର : ରାଜ୍ୟରେ ଆସନ୍ତା ଫେବୃଆରୀ  ୧୬ ତାରିଖରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ଶାନ୍ତିଶୃଙ୍ଖଳାର ସହ ସଂପାଦନ କରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିସନ ବିଭିନ୍ନ ପ୍ରକାର କଟକଣା ଲାଗାଉଛନ୍ତି। ଏହି କ୍ରମରେ ଆଜି ରାଜ୍ୟ ନିର୍ବାଚନ କମିସନ  ମଦ, ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଉପରେ ନିର୍ବାଚନ କମିଶନ ନିଷେଧାଦେଶ ଜାରି କରିଛନ୍ତି।  ଯେଉଁଠି ଭୋଟ୍‌ ହେବ ସେଠାରେ ମତଦାନର ୪୮ ଘଣ୍ଟା ପୂର୍ବରୁ ଓ ନିର୍ବାଚନ ପରଦିନ ଯାଏ ମଦ ସମ୍ପୂର୍ଣ୍ଣ ନିଷେଧ। ମଦ ବିକ୍ରୟ ଓ ବଣ୍ଟନକୁ ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ସଂପୃକ୍ତ ଅଞ୍ଚଳର ହୋଟେଲ, ରେଷ୍ଟୁରାଣ୍ଟ ଓ ଦୋକାନରେ ମଦ ବିକ୍ରି ହୋଇପାରିବ ନାହିଁ। ସେହିପରି ଲାଇସେନ୍ସପ୍ରାପ୍ତ ବନ୍ଧୁକ ବା ଅନ୍ୟ ଅସ୍ତ୍ରଶସ୍ତ୍ର ସହ ବୁଥ୍ ନିକଟରେ ବୁଲିବାକୁ ମନା କରାଯାଇଛି।

ଆଗାାମୀ ଫେବ୍ରୁଆରି ୧୪ ତାରିଖ ସନ୍ଧ୍ୟା ୫ଟାରୁ ମାର୍ଚ୍ଚ ୧ ତାରରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନିର୍ବାଚନ ଅଧିକାରୀ ପୁଲିଙ୍ଗ ଅଧିକାରୀ, ପୁଲିସ୍ ଅଧିକାରୀ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ବ୍ୟତୀତ କୌଣସି ବ୍ୟକ୍ତି ମତଦାନ କେନ୍ଦ୍ର କିମ୍ବା ମତଦାନ କେନ୍ଦ୍ର ଆଖପାଖ ଅଞ୍ଚଳରେ ରହିପାରିବେ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିସନର ସଂପୃକ୍ତ ବିଭାଗକୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତିା

ଅଧିକ ପଢନ୍ତୁ

ସେହିପରି ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ ନିମନ୍ତେ ସମସ୍ତ ସରକାରୀ କର୍ମଚାରୀ, ବେସରକାରୀ ଅନୁଷ୍ଠାନର କର୍ମଚାରୀ ଓ ସରକାରୀ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନର କର୍ମଚାରୀମାନଙ୍କୁ ମତଦାନ ଦିନଟିକୁ ରାଜ୍ୟ ନିର୍ବାଚନ କମିସନ ସବୈତନିକ ଛୁଟି ଦିନ ଭାବେ ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତିା ଯେଉଁ କର୍ମଚାରୀମାନଙ୍କର ମତଦାନ କେନ୍ଦ୍ରଠାରୁ କର୍ମସ୍ଥଳ ଦୂର ହୋଇଥିବ ସେମାନେ ତିନିଦିନ ସ୍ୱତନ୍ତ୍ର ସିଏଲ୍ ପାଇବେ ବୋଲି ନିର୍ବାଚନ କମିସନ ସଂପୃକ୍ତ ବିଭାଗକୁ ଚିଠି ମାଧ୍ୟମରେ ଜଣାଇଛନ୍ତିା

ସେହିପରି ଗ୍ରାମାଞ୍ଚଳରେ ବିଭିନ୍ନ ଅନୁଷ୍ଠାନ କିମ୍ବା ଶିଳ୍ପାନୁଷ୍ଠାନଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନିର୍ବାଚନରେ ମତଦାନର ସୁଯୋଗ ଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନ ମତଦାନ ଦିବସକୁ ସବୈତନିକ ଛୁଟି ଦିବସ ଭାବେ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତିା ଗ୍ରାମାଞ୍ଚଳରେ ରହି ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ ଶ୍ରମିକ/କାରିଗରମାନେ ଏହାର ସୁଯୋଗ ନେଇ ମତଦାନ କରିପାରିବେ ବୋଲି ରାଜ୍ୟ ନିର୍ବାଚନ କମିଶନ ସଂପୃକ୍ତ ଶ୍ରମ ବିଭଗକୁ ପତ୍ର ମାଧ୍ୟମରେ ଜଣାଇଛନ୍ତିା ନିର୍ବାଚନ ହେଉଥିବା ଅଞ୍ଚଳରେ ସମସ୍ତ କର୍ମଚାରୀମାନଙ୍କୁ ମତଦାନର ସୁଯୋଗ ଦେବା ନିମନ୍ତେ ରାଜ୍ୟ ନିର୍ବାଚନ କମିସନ ଭୋଟ ଗ୍ରହଣ ଦିନକୁ ସଂପୃକ୍ତ ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ, ବାଣିଜ୍ୟିକ ଅନୁଷ୍ଠାନ, ଶିଳ୍ପାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତିା ଯଦି ସଂପୃକ୍ତ ଅଞ୍ଚଳରେ ଜୁଡ଼ିସିଆଲ୍ କୋର୍ଟ ଥାଏ, ତାହାହେଲେ ଭୋଟ ଗ୍ରହଣ ଦିନ କୋର୍ଟ ମଧ୍ୟ ବନ୍ଦ ରହିବ ବୋଲି ନିର୍ବାଚନ କମିସନ ସରକାରଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତିା

Leave A Reply

Your email address will not be published.