ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୋଟ୍ ଦେଉଛି କୋଟିଆ, ଚାଲିଛି ଗଣତନ୍ତ୍ରର ମହାପର୍ବ; ୧୩ଟି ବୁଥରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର

କୋରାପୁଟ: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୭ଟାରୁ ଦିନ ୧ଟା ଯାଏଁ ମତଦାନ ଗ୍ରହଣ କରାଯିବ । ୩୦ ଜିଲ୍ଲାର ୬୮ ବ୍ଲକରେ ୧୮୬ ଜିଲ୍ଲା ପରିଷଦ ଆସନ ପାଇଁ ପଡ଼ୁଛି ଭୋଟ । ୧ ହଜାର ୫୧୪ ପଞ୍ଚାୟତର ୨୦ ହଜାରରୁ ଅଧିକ ବୁଥରେ ଆରମ୍ଭ ହୋଇଛି ମତଦାନ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୨ ଲକ୍ଷରୁ ଅଧିକ ଭୋଟର ।

କୋରାପୁଟର କୋଟିଆରେ ମଧ୍ୟ ଚାଲିଛି ଗଣତନ୍ତ୍ରର ମହାପର୍ବ । ଭୋଟ୍ ଦେଉଛନ୍ତି କୋଟିଆବାସୀ । ଗୋଟିଏ ଜିଲ୍ଲା ପରିଷଦ ଜୋନ୍‌ରେ ଲଢ଼ୁଛନ୍ତି ୨ ପ୍ରାର୍ଥୀ । ସରପଞ୍ଚ ପଦ ପାଇଁ ମୈଦାନରେ ଅଛନ୍ତି ୭ ଆଶାୟୀ । ୧୩ଟି ବୁଥରେ ୫ ହଜାରରୁ ଅଧିକ ଭୋଟର ମତଦାନ କରିବେ । ଆନ୍ଧ୍ରର ଷଡ଼ଯନ୍ତ୍ରକୁ ମାତ୍ ଦେଇ ନେତା ବାଛୁଛନ୍ତି ଜନତା । କୋଟିଆ ପଞ୍ଚାୟତର ୨୮ ଗାଁ’ରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ମୋଟ ୫ ହଜାର ୧୯୭ ଜଣ ଭୋଟରଙ୍କ ପାଇଁ ୧୩ଟି ବୁଥ ପ୍ରସ୍ତୁତ ହୋଇଛି । ସମସ୍ତ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜିଲ୍ଲା ପ୍ରଶାସନର ଫୋକସରେ ରହିଛି କୋଟିଆ । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ କୋଟିଆରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ବରିଷ୍ଠ ଅଧିକାରୀମାନେ ମଧ୍ୟ କୋଟିଆକୁ ଯାଇ ସ୍ଥିତି ପରଖିଛନ୍ତି । ଅବାଧ, ମୁକ୍ତ ଓ ସୁରୁଖୁରୁରେ ନିର୍ବାଚନକୁ ଗୁରୁତ୍ବ ଦେଇଛି ପ୍ରଶାସନ । ସେପଟେ ଗତକାଲି ରାତ୍ରିରୁ ଆନ୍ଧ୍ରପ୍ରଦେଶ ସୀମା ସିଲ୍ କରିବା ସହିତ ସବୁ ଗାଡ଼ିକୁ ଯାଞ୍ଚ କରୁଛି ପ୍ରଶାସନ ।

Leave A Reply

Your email address will not be published.