ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତାକାଲିଠୁ ପଞ୍ଚାୟତସ୍ତରୀୟ ପରୋକ୍ଷ ପରୀକ୍ଷା: ନାଏବ ସରପଞ୍ଚ, ବ୍ଲକ ଓ ଜିଲ୍ଲା ପରିଷଦ ଅଧ୍ଯକ୍ଷ ପାଇଁ ହେବ ନିର୍ବାଚନ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ କାଲିଠାରୁ ପରୋକ୍ଷ ନିର୍ବାଚନ । ଆସନ୍ତାକାଲି ନାଏବ ସରପଞ୍ଚ ପାଇଁ ନିର୍ବାଚନ ହେବ, ୧୨ ତାରିଖରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ, ଜିଲ୍ଲା ପରିଷଦ ସଭାପତି ପାଇଁ ୧୩ ତାରିଖରେ ନିର୍ବାଚନ । ଯେଉଁ ପଞ୍ଚାୟତରେ ସରପଞ୍ଚ ଓ ଅଧାରୁ ଅଧିକ ୱାର୍ଡ ମେମ୍ବର ନିର୍ବାଚିତ ହୋଇଛନ୍ତି ସେଠାରେ ହେବ ନାଏବ ସରପଞ୍ଚ ନିର୍ବାଚନ।  ନାଏବ ସରପଞ୍ଚ ପାଇଁ ସକାଳ ୧୦ଟାରୁ ୧୧ଟା ଭିତରେ ପ୍ରାର୍ଥିପତ୍ର ଦାଖଲ ହେବ । ସରପଞ୍ଚ ପୁରୁଷ ହୋଇଥିଲେ ନାଏବ ସରପଞ୍ଚ ମହିଳା ହେବେ। ସରପଞ୍ଚ ମହିଳା ଥିଲେ ନାଏବ ସରପଞ୍ଚ ରହି ପାରିବେ ମହିଳା । ବ୍ଲକ ଅଧ୍ୟକ୍ଷ ପାଇଁ ପ୍ରାର୍ଥିପତ୍ର ୧୦ଟା ୩୦ରୁ ୧୧ଟା ୩୦ ଭିତରେ ଦାଖଲ କରିବେ । ୧୧ଟା ୩୦ରୁ ୧୨ଟା ୩୦ ଭିତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ । ୧୨ଟା ୩୦ ପରେ ହେବ ଭୋଟ୍‌ । ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ବେଳେ ଏଥର ଦଳ ବଦଳ ନିରୋଧ ଆଇନ ଲାଗୁ ହେବ ।

ତେବେ ସବୁ ଦଳର ନଜର ରହିଛି ବ୍ଲକ ଅଧ୍ୟକ୍ଷ ପଦ ଉପରେ । ବ୍ଲକ କାହା ଦଖଲକୁ ଯିବ ? କିଏ ହେବେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ତାକୁ ନେଇ ବିଧାୟକମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି । ୩୧୪ ବ୍ଲକରୁ ବିଜେଡି ସର୍ବାଧିକ ବ୍ଲକ ଦଖଲ କରିବ ବୋଲି କହିଛି । ପଞ୍ଚାୟତ ନିର୍ବାଚନରେ ଧୂଳି ଚାଟିଥିବା ବିରୋଧୀ ବିଜେପି ଓ କଂଗ୍ରେସ କିଛି ଜାଗାରେ ବ୍ଲକ ଦଖଲ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ବିଜେଡି ଜିଲ୍ଲା ପରିଷଦରେ ପ୍ରାୟ ସବୁ ଜିଲ୍ଲାରେ କ୍ଲିନ ସୁଇପ୍ କରିଥିବାରୁ ବ୍ଲକ ଗଠନରେ ବିଜେଡିର ଦବଦବା ରହିବ ବୋଲି ଜଣାପଡ଼ୁଛି ।

Leave A Reply

Your email address will not be published.