ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିରୋଧୀ ପାଳିଲେ ବିଜୟ ଉତ୍ସବ: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଶାହବାଜ

ଇସଲାମାବାଦ,: ଗତକାଲି ସଂସଦରେ ଅନାସ୍ଥା ଭୋଟରେ ବିରୋଧୀ ମେଣ୍ଟର ବିଜୟ ପରେ ରବିବାର ପାକିସ୍ତାନ ରାଜନୀତି ଆହୁରି ଚଳଚଞ୍ଚଳ ହୋଇପଡ଼ିଛି। ନୂଆ ସରକାର ଗଠନ ପାଇଁ ଇମ୍ରାନ ସରକାରଙ୍କ ବିରୋଧୀ ମେଣ୍ଟ ତତ୍ପର ହୋଇପଡ଼ିଥିବା ବେଳେ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କର ନାମାଙ୍କନ ପତ୍ରକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି। ସେପଟେ ପରାଜୟର ଗ୍ଲାନିରେ ଇମ୍ରାନ ଖାନଙ୍କ ଦଳ ପୁଣି ରାଜନୀତି କରିବାକୁ ରାସ୍ତାକୁ ଓହ୍ଲାଇଛି। ଇମ୍ରାନଙ୍କ ବହୁ ଚର୍ଚ୍ଚିିତ ‘ବିଦେଶୀ ଷଡ଼ଯନ୍ତ୍ର’ ପ୍ରସଙ୍ଗକୁ ନେଇ ପିଟିଆଇ ଦଳ ପକ୍ଷରୁ ଇସଲାମାବାଦରେ ଏକ ବିରାଟ ରାଲି କରାଯିବା ସହିତ ଦେଶକୁ ବିଦେଶୀ ଶକ୍ତି କବଳରୁ ରକ୍ଷା କରିବାକୁ ଇମ୍ରାନ ଦେଶବାସୀଙ୍କୁ ପୁଣି ଥରେ ନିଜର ଆବେଗର କଥା କହିଛନ୍ତି।

ସେହିପରି ଇମ୍ରାନଙ୍କ ପିଟିଆଇ ଦଳ ପକ୍ଷରୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଇଥିଲା ବେଳେ ସେ ଆସନ୍ତାକାଲି ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କୁହାଯାଇଛି। କିନ୍ତୁ ବିରୋଧୀ ମେଣ୍ଟ ଇମ୍ରାନଙ୍କ ବିରୋଧରେ ବିଷ ଓଗାଳିଛନ୍ତି। ବହୁ ବିରୋଧୀ ଦଳ ସେମାନଙ୍କ ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ଖୁସି ମନାଇଥିବା ବେଳେ ଇମ୍ରାନଙ୍କୁ ଦେଶଦ୍ରୋହୀ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଇମ୍ରାନଙ୍କ ବିରୋଧରେ ଇସଲାମାବାଦ ହାଇକୋର୍ଟରେ ଆଉ ଏକ ଯାଚିକା ଦାଏର କରାଯାଇଛି। ଖୁବଶୀଘ୍ର ଏହା ଉପରେ କୋର୍ଟ ଶୁଣାଣି କରିବାକୁ ଯାଉଥିବା ବେଳେ ଇମ୍ରାନଙ୍କୁ କୌଣସି ସମୟରେ ଗିରଫ କରାଯାଇପାରେ ବୋଲି ବିରୋଧୀ କହିଛନ୍ତି। ସେପଟେ ପାକିସ୍ତାନର କୌଣସି ଅଧିକାରୀ କିମ୍ବା ରାଜନେତା ଯେଭଳି ବିଦେଶକୁ ଖସି ଯାଇ ନପାରନ୍ତି ସେନେଇ ସବୁ ବିମାନ ବନ୍ଦରରେ ହାଇଆଲର୍ଟ ଜାରି କରାଯାଇଛି।

ବର୍ତ୍ତମାନ ଇମ୍ରାନ ସରକାରଙ୍କ କ୍ୟାବିନେଟ ମାନ୍ୟତା ହରାଇଛି। ଏହିକ୍ରମରେ ରବିବାର ପାକିସ୍ତାନ ନ୍ୟାସନାଲ ଆସେମ୍ବ୍‌ଲି ପକ୍ଷରୁ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇ ଶେହବାଜଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାଥମିକ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତାକାଲି ଦିନ ୧୧ଟାରୁ ୨ ମଧ୍ୟରେ ସଂସଦୀୟ ଅଧÒବେଶନ ବସିବାକୁ ରହିଥÒଲା ବେଳେ ଏହାକୁ ୨ଟା ବେଳେ ଆରମ୍ଭ କରିବାକୁ ନିଷ୍ବତ୍ତି ନିଆଯାଇଛି। ଶେହବାଜ ଆସନ୍ତାକାଲି ଶପଥ ନେଇପାରନ୍ତି ବୋଲି କୁହାଯାଇଛି।

Leave A Reply

Your email address will not be published.