ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ ବିରୋଧରେ ପୁଣି ପାକିସ୍ତାନର ଷଡ଼ଯନ୍ତ୍ର, ଗୁଇନ୍ଦା ଏଜେନ୍ସି ଦେଲା ବଡ଼ ସୂଚନା…..

କାଶ୍ମୀର ପ୍ରସଙ୍ଗରେ ପ୍ରଦର୍ଶନ ଲାଗି ଦୂତାବାସଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭାରତ ବିରୋଧରେ ପାକିସ୍ତାନ ଚଲାଇଥିବା ନୂଆ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଭାରତୀୟ ଗୁଇନ୍ଦା ଏଜେନ୍ସି ଅନୁଯାୟୀ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଭାରତ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯୋଜନା କରିଛି।

ସାରା ବିଶ୍ବରେ ଭାରତର ଛବି ଖରାପ ପାଇଁ କାଶ୍ମୀର ଘାଟୀରେ ଷଡ଼ଯନ୍ତ୍ର କରିବାକୁ ନିଜ ଦୂତାବାସଗୁଡିକୁ କହିଛି। ରିପୋର୍ଟ ଅନୁଯାୟୀ ଗୁଇନ୍ଦା ଏଜେନ୍ସିଗୁଡିକ କହିଛନ୍ତି ଯେ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ନିଜର ସମସ୍ତ ଦୂତାବାସଗୁଡ଼ିକୁ ଗୋପନୀୟ ଚିଠି ପଠାଇଛି। ଏଥିରେ ଭାରତ ବିରୋଧୀ ଷଡ଼ଯନ୍ତ୍ରର ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି। ଫେବ୍ରୁଆରୀ ୫ରେ ପାକିସ୍ତାନ ‘କାଶ୍ମୀର ସୋଲିଡାରିଟି ଡେ’ ପାଳନ କରୁଛି। ଏଥିପାଇଁ ଇସଲାମାବାଦର ପାକିସ୍ତାନ ଉଚ୍ଚାୟୁକ୍ତ ସମସ୍ତ ଦୂତାବାସଙ୍କୁ ଭାରତୀୟ ସେନାକୁ ବଦ୍‌ନାମ କରିବାର ଯୋଜନା ବିଷୟରେ ଫ୍ୟାକ୍ସ ଏବଂ ଇମେଲ ମାଧ୍ୟମରେ ବିବରଣୀ ଦେଇଛନ୍ତି।

ଏହା ପୂର୍ବରୁ ଶୁକ୍ରବାର ଜମ୍ମୁ-କାଶ୍ମୀର ପୁଲିସ ଏବଂ ସେନା ଜୈସ-ଇ-ମହମ୍ମଦର ୬ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ଯାଞ୍ଚରୁ ଜଣାପଡ଼ିଛି ଯେ ଏହି ଆତଙ୍କବାଦୀ ସୋସିଆଲ ମିଡିଆ ମାଧ୍ୟମରେ ସୀମା ଆରପଟେ ଥିବା ହ୍ୟାଣ୍ଡଲର୍ସଙ୍କ ସହ ଯୋଗାଯୋଗରେ ଥିଲେ। ଏମାନେ କୁଲଗାମ ଜିଲ୍ଲାରେ ଗ୍ରେନେଡ ଆକ୍ରମଣ ପାଇଁ ଯୋଜନା କରିଥିଲେ। ସେମାନ ନାଗରିକଙ୍କ ମଧ୍ୟରେ ଭୟ ସଞ୍ଚାର କରି ଅଞ୍ଚଳର ଶାନ୍ତି ଭଙ୍ଗ କରିବାକୁ ଚାହୁଁଥିଲେ।

ଭାରତରେ ‘ଲୋନ ଓଲ୍ଫ’ ଆକ୍ରମଣ କରିବାକୁ ଚାହୁଁଥିଲା ପାକିସ୍ତାନ

ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ଗତ ବର୍ଷ ଅକ୍ଟୋବରରେ ହାଇଦରାବାଦରୁ ୩ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ଏମାନଙ୍କ ବିରୋଧରେ ଗତ ୨୫ ତାରିଖରେ ଏତଲା ଦାଏର କରାଯାଇଥିଲା। ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ଏବଂ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଆତଙ୍କବାଦୀ ଅବ୍‌ଦୁଲ ଜାହିଦର ସମ୍ପର୍କ ଥିଲା ବୋଲି ଏନଆଇଏ ଏତଲାରୁ ଜଣାପଡ଼ିଛି। ପାକିସ୍ତାନୀ ମୁଖିଆ କହିବାରୁ ସେ ମାଜ ହାସନ ଏବଂ ସମିଉଦ୍ଦିନ ସମେତ ଅନେକ ଯୁବକଙ୍କୁ ଆତଙ୍କବାଦରେ ସାମିଲ କରିଥିଲା। ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସେ ଏମାନଙ୍କୁ ବ୍ୟବାହର କରୁଥିଲା।

ଏନଆଇଏ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ ୟୁଏପିଏ ଅଧୀନରେ ଏହି ତିନି ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ପାକିସ୍ତାନ ଭାରତରେ ଲୋନ୍‌ ଓଲ୍ଫ ଆକ୍ରମଣ କରିବାକୁ ଯୋଜନା କରିଥିଲା। ଏହି ଆକ୍ରମଣ ପାଇଁ ଲସ୍କର ଅବଦୁଲ୍‌କୁ ୨ଟି ହ୍ୟାଣ୍ଡ ଗ୍ରେନେଡ ପଠାଇ ଥିଲା। ଜଣେ ବ୍ୟକ୍ତି କୌଣସି ବିପଜ୍ଜନକ ଉପାୟ ଅବଲମ୍ବନ କରି ସେଲିବ୍ରିଟି କିମ୍ବା ନେତାଙ୍କ ଉପରେ କରୁଥିବା ଆକ୍ରମଣକୁ ଲୋନ୍‌ ଓଲ୍ଫ ଆକ୍ରମଣ କୁହାଯାଇଥାଏ। ଏହି ଆକ୍ରମଣକାରୀଙ୍କ ସହ ଆଉ କେହି ସାମିଲ ହୋଇ ନ ଥାନ୍ତି। ଏତଲା ଅନୁଯାୟୀ ଆତଙ୍କବାଦୀ ଜାହିଦ ଘରୁ ୨ଟି ହ୍ୟାଣ୍ଡ ଗ୍ରେନେଡ, ୪ ଲକ୍ଷ ଟଙ୍କା ଏବଂ ୨ଟି ମୋବାଇଲ ମିଳିଥିଲା। ସେ ସାର୍ବଜନୀନ ସ୍ଥାନରେ ଆକ୍ରମଣ କରିବାକୁ ଯୋଜନା କରିଥିଲା। ପୁଲିସ ଅନୁଯାୟୀ ଅବ୍‌ଦୁଲ ଜାହିଦ ହାଇଦରାବାଦରେ ହୋଇଥିବା ଅନେକ ଆତଙ୍କବାଦୀ ଷଡ଼ଯନ୍ତ୍ରରେ ସାମିଲ ଥିଲା।

Leave A Reply

Your email address will not be published.