ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତକୁ ବଡ଼ ସଫଳତା : ବିଶ୍ୱ ଆତଙ୍କବାଦୀ ଭାବେ ଘୋଷିତ ହେଲା ପାକିସ୍ତାନର ଅବଦୁଲ ରେହେମାନ ମକ୍କି

ନୂଆଦିଲ୍ଲୀ : ବିଶ୍ୱ ଆତଙ୍କବାଦୀ ଭାବେ ଘୋଷିତ ହେଲା ପାକିସ୍ତାନର ଅବଦୁଲ ରେହେମାନ ମକ୍କି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଅବଦୁଲ ରେହମାନ ମକ୍କିକୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରିଛି । ୭୫ ବର୍ଷୀୟ ମକ୍କି ହେଉଛି ୨୬-୧୧ ଘଟଣାର ମାଷ୍ଟର ମାଇଣ୍ଡ ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ହାଫିଜ ସୈଇଦର ସଂପର୍କୀୟ ଶଳା । ପୂର୍ବରୁ ଅନେକ ଥର ବିଶ୍ୱ ଆତଙ୍କବାଦୀ ନାଁ ଘୋଷଣା ବେଳେ ଚୀନ ପ୍ରମୁଖ ପ୍ରତିବନ୍ଧକ ପାଲଟି ତାହା କରାଇ ଦେଉନଥିଲା।

ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଗତବର୍ଷ ଜୁନରେ ଅବଦୁଲ ରେହମାନଙ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚୀନ ଅଟକାଇ ଦେଇଥିଲା। ହେଲେ ଏଥର କିନ୍ତୁ ଚୀନ କୌଣସି ପ୍ରକାର ପ୍ରତିବନ୍ଧକ ଦେଇ ନାହିଁ । ଭାରତ ଏବଂ ଆମେରିକା ମକ୍କିକୁ ଆତଙ୍କବାଦୀ ବୋଲି ଘୋଷଣା କରି ସାରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଅବଦୁଲ ରେହମାନ ମକ୍କିର ଭାରତର ଜମ୍ମୁ – କଶ୍ମୀରରେ ବିଭିନ୍ନ ପ୍ରକାର ଅରାଜକତା କରିବାରେ ହାତ ରହିଛି। ଏହା ଜଣାପଡିବା ପରେ ଭାରତ ପକ୍ଷରୁ ତାଙ୍କୁ ଆତଙ୍କବାଦୀ ତାଲିକାରେ ତାଙ୍କ ନାମ ଯୋଡାଯାଇଥିଲା।

Leave A Reply

Your email address will not be published.