ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟାସିନ ମଲ୍ଲିକକୁ ଆଜୀବନ ଜେଲ୍‌ଦଣ୍ଡ ପରେ ପାକିସ୍ତାନରେ ଖେଳିଗଲା ଦୁଃଖର କଳା ବାଦଲ, ଏପରି କହିଲେ ପାକ୍‌ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକକୁ ଆଜୀବନ ଜେଲ୍ ଦଣ୍ଡାଦେଶ।ଆଜି ଏନଆଇଏ କୋର୍ଟ ଆତଙ୍କବାଦୀ ୟାସୀନ ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ କୋର୍ଟ ତାଙ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୭ ରେ ଆତଙ୍କବାଦୀ ୟାସୀନ ମଲ୍ଲିକ କାଶ୍ମୀରରେ ଆତଙ୍କବାଦ ଗତିବିଧିକୁ ପ୍ରୋତ୍ସାହିତ କରିବା ସହ ଅନ୍ୟ କିଛି ଗମ୍ଭୀର ଅପରାଧରେ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । କେବଳ ସେତିକି ନୁହେଁ ୟାସୀନ ମଲ୍ଳିକ ଜମ୍ମୁ-କାଶ୍ମୀରରେ ଯୁବକଙ୍କମାନଙ୍କୁ ଆତଙ୍କବାଦ ପ୍ରତି ଆକୃଷ୍ଟ କରିବା, ଜଣେ ବାୟୁସେନା ଅଧିକାରୀଙ୍କୁ ହତ୍ୟା କରିବା ସହ ଆତଙ୍କବାଦୀ ହାଫିଜ୍ ସଇଦ ସହ ସଂପର୍କ ରଖିବା ଭଳି ଗୁରୁତର ଅଭିଯୋଗ ରହିଥିଲା ।

ତେବେ ଆଜି ୟାସିନ ମଲ୍ଲିକକୁ ଆଜୀବନ ଜେଲ୍ ଦଣ୍ଡାଦେଶ ପରେ ପାକିସ୍ତାନରେ ଦୁଃଖର କଳା ବାଦଲ ଖେଳିଯାଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ପୂର୍ବତନ ପ୍ରଧାନମନ୍ତ୍ରୀ, କ୍ରିକେଟର ଏବଂ ବିଭିନ୍ନ ଦଳର ନେତା ୟାସିନ ମଲ୍ଲିକର ଦଣ୍ଡାଦେଶକୁ ହଜମ କରିପାରୁନାହାନ୍ତି। ଯାହା ପରେ ଭାରତ ବିରୋଧରେ ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି। ୟାସିନ ମଲ୍ଲିକକୁ ଦଣ୍ଡ ଘୋଷଣା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଭାରତୀୟ ଗଣତନ୍ତ୍ର ଏବଂ ଏହାର ନ୍ୟାୟ ବ୍ୟବସ୍ଥା ପାଇଁ ଆଜି ଏକ କଳା ଦିନ। ଭାରତ ୟାସିନ ମଲିକଙ୍କୁ ଶାରୀରିକ ଭାବେ ବନ୍ଦୀ କରିପାରେ କିନ୍ତୁ ଏହା ସ୍ୱାଧୀନତାର ବିଚାରକୁ କେବେ ବି ବନ୍ଦୀ କରିପାରିବ ନାହିଁ। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ୟାସିନ ମଲିକଙ୍କ ପାଇଁ ଏହି ଦଣ୍ଡ କଶ୍ମୀରବାସୀଙ୍କ ଆତ୍ମନିର୍ଣ୍ଣୟର ଅଧିକାରକୁ ଏକ ନୂତନ ପ୍ରେରଣା ଦେବ।


ସେହିପରି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ୟାସିନ ମଲ୍ଲିକକୁ ଦଣ୍ଡାଦେଶ ପୂର୍ବରୁ ଯେତେବେଳେ କୋର୍ଟ ତାକୁ ଦୋଷୀ ବୋଲି ଘୋଷଣା କରିଥିଲେ ସେବେଠୁ ଟ୍ବିଟ କରି ମୋଦୀ ସରକାରକୁ ସମାଲୋଚନା କରିବା ସହ ୟାସିନକୁ ଖୋଲାଖୋଲି ସମର୍ଥନ କରିଥିଲେ। ଟ୍ବିଟ କରି ଭାରତ ସରକାରକୁ ସମାଲୋଚନା କରିବା ସହ ଇମ୍ରାନ ୟାସିନ ମଲ୍ଲିକକୁ ନିର୍ଦୋଶ ଏବା ଭାରତ ସରକାର ତାକୁ ମିଥ୍ୟା ଯୋଗରେ ବେଆଇନ ଭାବେ ଦୋଷୀ ସାବ୍ୟସ୍ତ କରିଛନ୍ତି ବୋଲି କହିଥିଲେ।


ୟାସିନ ମଲ୍ଲିକ ସମର୍ଥନରେ ପାକିସ୍ତାନର ନେତା ଓ ମନ୍ତ୍ରୀ ଓକିଲାତି କରୁଥିବା ବେଳେ ପାକ୍‌ କ୍ରିକେଟର ମଧ୍ୟ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକକୁ ଆଜୀବନ ଜେଲ୍ ଦଣ୍ଡାଦେଶକୁ ବିରୋଧ କରିଛନ୍ତି। କିଛିଦିନ ତଳେ ଭାରତକୁ ପାକିସ୍ତାନର ଶତ୍ରୁ ଦେଶ କହିଥିଲେ ଆଫ୍ରିଦି । ଏବେ ଆଫ୍ରିଦି ପ୍ରତିବନ୍ଧିତ ଜମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ ମୁଖ୍ୟ ୟାସିନ୍ ମଲିକଙ୍କୁ ନେଇ ଏକ ବିବାଦୀୟ ଟ୍ୱିଟ୍ କରିଛନ୍ତି । ଟେରର୍ ଫଣ୍ଡିଂ ମାମଲାରେ ୟାସିନ ମଲିକଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ପୂର୍ବରୁ ଆଫ୍ରିଦି ଟ୍ୱିଟ୍ କରିଛନ୍ତି । ଆଫ୍ରିଦି ଟ୍ୱିଟ୍ କରି ଲେଖିଛନ୍ତି, ଭାରତ ଯେଉଁ ଭଳି ମାନବାଧିକାର କ୍ଷୁର୍ଣ୍ଣ ବିରୋଧରେ ସ୍ୱରକୁ ଚାପିବାକୁ ଉଦ୍ୟମ କରୁଛି । ତାହା ବ୍ୟର୍ଥ ଯିବ । କାଶ୍ମୀରକୁ ନେଇ ୟାସିନ ମଲ୍ଲିକଙ୍କ ବିରୋଧରେ ଲଗାଯାଇଥିବା ମନଗଢ଼ା ଅଭିଯୋଗ ସ୍ୱାଧୀନତା ସଂଘର୍ଷକୁ ରୋକି ପାରିବ ନାହିଁ । ମୁଁ ଜାତିସଂଘକୁ ଅନୁରୋଧ କରୁଛି, କାଶ୍ମୀର ନେତାଙ୍କ ବିରୋଧରେ ଆସୁଥିବା ଏଭଳି ମାମଲା ଉପରେ ଦୃଷ୍ଟି ଦିଅନ୍ତୁ ।


ସେପଟେ ଆଫ୍ରିଦଙ୍କ ଏଭଳି ଟ୍ୱିଟ ଉପରେ ଭାରତୀୟ କ୍ରିକେଟ ଟିମର ବୋଲର ଅମିତ୍ ମିଶ୍ରା କଡା ଜବାବ ଦେଇଛନ୍ତି । ଆଫ୍ରିଦଙ୍କ ଟ୍ୱିଟର ଯବାବ ଦେଇ ମିଶ୍ରା ଲେଖିଛନ୍ତି କି, ୟାସୀନ ମଲ୍ଲିକ କୋର୍ଟରୁମରେ ନିଜ ଦୋଷ ସ୍ୱୀକାର କରିସାରିଛନ୍ତି । ସିଧା ସଳଖ ଆଫ୍ରିଦଙ୍କୁ ଟାର୍ଗେଟ କରି ମିଶ୍ରା ଲେଖିଛନ୍ତି କି ‘ତୁମ ଜନ୍ମଦିନ ଭଳି ସବୁକିଛି ବିଭ୍ରାନ୍ତିକର ହୋଇପାରିବ ନାହିଁ’।କହିରଖୁ କି ଏବେ ବି ସାହିଦ ଆଫ୍ରିଦ ନିଜ ବୟସକୁ ନେଇ ବିବାଦରେ ରହିଛନ୍ତି । ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ମୁତାବକ ଆଫ୍ରିଦଙ୍କ ଜନ୍ମ ୧୯୮୦ ମାର୍ଚ୍ଚ ୧ ତାରିଖ । ଅର୍ଥାତ ଏବେ ତାଙ୍କର ବୟସ ୪୨ ବର୍ଷ । ହେଲେ ୨୦୧୯ ମସିହାରେ ଆଫ୍ରିଦ ଖୋଲାସା କରିଥିଲେ କି ୧୯୯୬ ମସିହାରେ ନୌରୋବୀ ଠାରେ ଶ୍ରୀଲଙ୍କା ବିରୋଧରେ ସେ ୩୭ ବଲରେ ରେକର୍ଡ ଶତକ ମାରିବ ବେଳେ ତାଙ୍କୁ ୧୬ ବର୍ଷ ହୋଇ ନଥିଲା ।

Leave A Reply

Your email address will not be published.