ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୭୫ ବର୍ଷ ପରେ ପୁଣି ଭାରତ ନିକଟରେ ଆତ୍ମସମର୍ପଣ କରିବ ପାକିସ୍ତାନ!

ନୂଆଦିଲ୍ଲୀ: ସତୁରି ଦଶକରେ ଭାରତ ସହ ତିନି ତିନି ଥର ଯୁଦ୍ଧରେ ପରାଜିତ ହେବା ସତ୍ତ୍ବେ ବି ପାକିସ୍ତାନର ଗର୍ବ ଭାଙ୍ଗି ନାହିଁ। ଏପରିକି ୧୯୭୧ରେ ବାଂଲାଦେଶ ଯୁଦ୍ଧରେ ପରାଜିତ ହୋଇ ପାକିସ୍ତାନ ସେନା ଭାରତ ନିକଟରେ ଆତ୍ମସମର୍ପଣ କରିବା ପରେ ମଧ୍ୟ ଏହାର ଚିନ୍ତାଧାରାରେ କୌଣସି ପରିବର୍ତ୍ତନ ଆସି ନାହିଁ। ହେଲେ ଏହି ଘଟଣାର ୭୫ ବର୍ଷ ପରେ ଏବେ ପାକିସ୍ତାନ ପୁଣିଥରେ ଭାରତ ନିକଟରେ ଆତ୍ମସମର୍ପଣ କରିବାକୁ ଯାଉଛି। ଆସନ୍ତାକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶର ନୂଆ ରାଷ୍ଟ୍ରୀୟ ସୁରକ୍ଷା ନୀତି ଘୋଷଣା କରିବେ। ପ୍ରାୟ ୧୦୦ ପୃଷ୍ଠା ସମ୍ବଳିତ ଏହି ଦସ୍ତାବିଜ ପାକିସ୍ତାନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ନେତୃତ୍ବରେ ପ୍ରସ୍ତୁତ କରାଯିବା ସହିତ ଏହାକୁ ସଂସଦରେ ମଧ୍ୟ ଅନୁମୋଦନ ମିଳିସାରିଛି। ହେଲେ ଏହି ଦସ୍ତାବିଜ ସାର୍ବଜାନୀନ ହେବାର ୪୮ ଘଣ୍ଟା ପୂର୍ବରୁ ପାକିସ୍ତାନ ଗଣମାଧ୍ୟମରେ ପ୍ରଘଟ ହୋଇସାରିଥିବା ବେଳେ ଏହି ନୀତିର ମୂଳ ଉଦ୍ଦେଶ୍ୟକୁ ନେଇ ପାକିସ୍ତାନରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ନୀତିରେ ପାକିସ୍ତାନ ଭାରତ ସହିତ ସବୁକ୍ଷେତ୍ରରେ ଉତ୍ତମ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଥିବା ଏବଂ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ କୌଣସି  ସ୍ତରରେ ଶତ୍ରୁତା କରିବାକୁ ଚାହୁଁ ନଥିବା ଉଲ୍ଲେଖ ରହିଥିବା ବେଳେ ଦେଶ ବିଭାଜନର ୭୫ ବର୍ଷ ପରେ ପ୍ରଥମଥର ପାଇଁ ପାକିସ୍ତାନ ମୁଣ୍ଡରେ ବୁଦ୍ଧି ପଶିଛି ବୋଲି କୁହାଯାଉଛି।

ବାସ୍ତବରେ ପାକିସ୍ତାନରେ ଇମ୍ରାନ ସରକାରଙ୍କ କାର୍ଯ୍ୟକାଳକୁ ପ୍ରାୟ ୩ ବର୍ଷ ପୂରିଥିଲେ ମଧ୍ୟ ଇମ୍ରାନଙ୍କ ନୂଆ ପାକିସ୍ତାନର ସ୍ଵପ୍ନ ଧୂଳିସାତ୍ ହୋଇଯାଇଛି। ବରଂ ଦାରିଦ୍ର୍ୟ, ଆର୍ଥିକ ଅନଟନ ଏବଂସାମାଜିକ ସମସ୍ୟା ପୂର୍ବାପେକ୍ଷା ବହୁଗୁଣିତ ହୋଇଛି। କଥା କଥାକେ ଭାରତକୁ ପରମାଣୁ ବୋମାର ଧମକ ଦେଉଥିବା ଇମ୍ରାନ ଏ ପର୍ଯ୍ୟନ୍ତ ନିଜ ଦେଶବାସୀଙ୍କ ପାଇଁ କିଛି ବି ବଡ଼ କାମ କରିପାରିନାହାନ୍ତି। ପ୍ରତି ମଞ୍ଚରେ କାଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ଘେରିବାକୁ ଉଦ୍ୟମ କରିଛନ୍ତି। ହେଲେ ସବୁ ମଞ୍ଚରେ ପାକିସ୍ତାନ ଭାରତ ବିପକ୍ଷରେ ଫେଲ ମାରିଛି। ବରଂ ପାକିସ୍ତାନକୁ ସବୁଦିଗରେ ଘେରି ଭାରତ ନିଜ କୂଟନୀତିରେ ସଫଳ ହୋଇଛି। ଯେଉଁଥପାଇଁ ଆଜି ଆନ୍ତର୍ଜାତିକ ଦରବାରରେ ପାକିସ୍ତାନ ଏକଘରିକିଆ ହୋଇପଡ଼ିଛି। ଦାରିଦ୍ର୍ୟର କଷାଘାତରେ ସଢୁଥିବା ପାକିସ୍ତାନର ରଣ କରିବାର କ୍ଷମତା ଶେଷ ହୋଥିବା ବେଳେ ଏବେ ଭାରତର ଶରଣ ପଶିବା ବ୍ୟତୀତ ଅନ୍ୟଗତି ନାହିଁ। ତେଣୁ ବିଳମ୍ବରେ ହେଲେ ମଧ୍ୟ ଏବେ କାଶ୍ମୀର ନୁହେଁ, ପାକିସ୍ତାନକୁ ଅଟା, ଚିନିର ଆବଶ୍ୟକତା ଅଛି ବୋଲି ଇରମାନ ବୁଝିପାରିଛନ୍ତ। ଯେଉଁଥିପାଇଁ ଇମ୍ରାନ ପ୍ରସ୍ତୁତ କରିଛନ୍ତି ଏହି ‘ସରେଣ୍ଡର ପେପର’ ।

ବର୍ତ୍ତମାନ ଆର୍ଥିକ ସୁରକ୍ଷା ପାକିସ୍ତାନ ପାଇଁ ସବୁଠୁ ବଡ଼ ପ୍ରଶ୍ନ ହୋଇଥିବାରୁ ଭାରତ ସହ ବ୍ୟବସାୟ ବାଣିଜ୍ୟ ଠାରୁ ଆରମ୍ଭ କରି ଆମଦାନୀ , ରପ୍ତାନି ଏବଂ ନିବେଶ ଭଳି ଅନ୍ୟସବୁ ଦିଗରେ ସମ୍ପର୍କ ବୃଦ୍ଧି କରିବାକୁ ଏବେ ଇମ୍ରାନ ସରକାର ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ହେଲେ ପାକିସ୍ତାନର ଏଭଳି ଆଭିମୁଖ୍ୟକୁ ନେଇ ଭାରତ କିଭଳି ଆଚରଣ କରିବ ତାହା ମଧ୍ୟ ପାକିସ୍ତାନୀଙ୍କ ପାଇଁ ଆଉ ଏକ ସମସ୍ୟା ହୋଇଛି। କାରଣ ପୂର୍ବରୁ ଭାରତ ଯେତେଥର ବନ୍ଧୁତ୍ଵର ହାତ ବଢାଇଛି , ପାକିସ୍ତାନ ପ୍ରତିବଦଳରେ କେବଳ ପ୍ରବଞ୍ଚନା କରିଆସିଛି। କିନ୍ତୁ ଗତବର୍ଷ ଠାରୁ ପାକିସ୍ତାନର ଆର୍ଥିକ ସ୍ଥିତି ଦେବାଳିଆ ହେବା ପରେ ଇମ୍ରାନ ଏବଂ ସେନାମୁଖ୍ୟ ଜେନେରାଲ ବାଜୱା ଭାରତ ସହ ସମ୍ପର୍କ ପ୍ରତିଷ୍ଠା କରିବାକୁ ପରୋକ୍ଷରେ ଇଙ୍ଗିତ କରି ଆସିଛନ୍ତି। ହେଲେ ଭାରତ ଏଥିପାଇଁ କୌଣସି ଆଗ୍ରହ ପ୍ରକାଶ କରିନାହିଁ । କାରଣ ବିଗତ ଦିନରେ ପାକିସ୍ତାନର କୁତ୍ସିତ ମନୋଭାବକୁ ଭାରତ ଭୁଲି ନାହିଁ। ବନ୍ଧୁତ୍ଵର ମନୋଭାବ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାକିସ୍ତାନ ଗସ୍ତ ପରେ ପୁଲୱାମା ଭଳି ନାରକୀୟ ଘଟଣା । ଏବେ ମଧ୍ୟ ଭାରତବାସୀଙ୍କ ମନରେ ସତେଜ ରହିଛି।

Leave A Reply

Your email address will not be published.