ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀଲଙ୍କା ରାସ୍ତାରେ ପାକିସ୍ତାନ: ବଢୁଛି ଋଣବୋଝ, ଖାଲି ହେଉଛି ବୈଦେଶିକ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ: ଶ୍ରୀଲଙ୍କା ପରି ପାକିସ୍ତାନ ମଧ୍ୟ ଦେବାଳିଆ ଆଡ଼କୁ ଗତି କରୁଛି। ପାକିସ୍ତାନ ଉପରେ ଋଣ ବୋଝ ବଢୁଥିବା ବେଳେ ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେବାରେ ଲାଗିଛି। ଡିସେମ୍ବର ୨୦୧୭ରେ ପାକିସ୍ତାନ ସରକାର ଏକ ବିଲିୟନ ଡଲାର ପାକିସ୍ତାନ ସୁକୁକ୍ ବଣ୍ଡ୍ ବିକ୍ରି କରିଥିଲେ, ଯାହା ଉପରେ ୫.୬୨୫ ପ୍ରତିଶତ ସୁଧ ଥିଲା । କିନ୍ତୁ ବର୍ତ୍ତମାନ ଏହି ବଣ୍ଡ୍ ଉପରେ ସୁଧ ୨୭ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ଯେ ପାକିସ୍ତାନ ଦ୍ରୁତ ଗତିରେ ଦେବାଳିଆ ଆଡକୁ ଗତି କରୁଛି।

ପାକିସ୍ତାନୀ ଖବରକାଗଜ ‘ଦି ନ୍ୟୁଜ୍’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗତ ଦୁଇ ସପ୍ତାହ ମଧ୍ୟରେ ପାକିସ୍ତାନର ଡିଫଲ୍ଟର ହେବାର ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ଥାନ (ଏସବିପି) ରିପୋର୍ଟ କହିଛି ଯେ ଜୁନ୍ ୨୦୨୨ ସୁଦ୍ଧା ପାକିସ୍ତାନ ଉପରେ ଋଣବୋଝ ୪.୮୮୯ ବିଲିୟନ ଡଲାରକୁ ବୃଦ୍ଧି ପାଇବ। ଏଭଳି ସ୍ଥିତିରେ ପାକିସ୍ତାନର ବିତ୍ତୀୟ ନିଅଣ୍ଟ ମଧ୍ୟ ବୃଦ୍ଧି ପାଉଛି। ଜୁନ୍ ଶେଷ ବେଳକୁ ଏହା ୩ ବିଲିୟନ ଡ଼ଲାରରେ ପହଞ୍ଚିଯିବ ବୋଲି ଆଶଙ୍କା କରାଯାଉଛି ।

ବିଦେଶୀ ମୁଦ୍ରା ଭଣ୍ଡାରର ଦ୍ରୁତ ହ୍ରାସ ପାକିସ୍ତାନର ଦେବାଳିଆ ସ୍ଥିତିର ମୁଖ୍ୟ କାରଣ ବୋଲି କୁହାଯାଉଛି। ଅଗଷ୍ଟ ୨୦୨୧ରେ ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ଥାନ ସହିତ ୨୦ ବିଲିୟନ ଡ଼ଲାର ବିଦେଶୀ ମୁଦ୍ରା ଭଣ୍ଡାର ଥିଲା। ନଅ ମାସ ମଧ୍ୟରେ ଏହା ୧୦.୧ ବିଲିୟନ ଡ଼ଲାରକୁ ଖସି ଆସିଛି।

କେବଳ ଗତ ଆଠ ସପ୍ତାହ ମଧ୍ୟରେ ଷ୍ଟେଟ ବ୍ୟାଙ୍କରୁ ପ୍ରାୟ ୬ ବିଲିୟନ ଡଲାର ବିଦେଶୀ ମୁଦ୍ରା ସରିଯାଇଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ବିଦେଶୀ ଋଣ ପରିଶୋଧ କରିବାକୁ ଏବଂ ନିଅଣ୍ଟିଆ ସ୍ଥିତିର ଭରଣା କରିବା ପାଇଁ ଦେଶର ବ୍ୟାଙ୍କ୍ ଗୁଡ଼ିକ ପାଖରେ ପର୍ୟ୍ୟାପ୍ତ ପରିମାଣର ବିଦେଶୀ ମୁଦ୍ରା ନାହିଁ। ଏଭଳି ପରିସ୍ଥିତିରେ ଯଦି ପାକିସ୍ତାନକୁ କେଉଁଆଡ଼ୁ ବିପୁଳ ଆର୍ଥିକ ସହାୟତା ମିଳେ, ତେବେ ଏହା ନିଜକୁ ଡିଫଲ୍ଟର ହେବାରୁ ବର୍ତ୍ତିବ।ଯଦି ଶ୍ରୀଲଙ୍କା ପରି ପାକିସ୍ତାନ ଦେବାଳିଆ ହୋଇଯାଏ ତେବେ ଏହା ଏହି ମୁସଲିମ ରାଷ୍ଟ୍ରର ଅଧିକ କ୍ଷତି ଘଟାଇବ। ଏକ ଦେଶକୁ ଡିଫଲ୍ଟର ଭାବରେ ଘୋଷଣା କରାଗଲେ ଅନ୍ତର୍ଜାତୀୟ ନିବେଶକଙ୍କ ଉକ୍ତ ଦେଶ ଉପରେ ଭରସା ରହିବ ନାହିଁ । ବିଦେଶୀ ଋଣ ମିଳିବା ମଧ୍ୟ ଅତ୍ୟନ୍ତ କଷ୍ଟକର ହୋଇପଡ଼ିବ । କାରଣ କୌଣସି ଦେବାଳିଆ ଦେଶକୁ ଋଣ ଦେବାକୁ କେହି ଚାହିଁବେନି ।

Leave A Reply

Your email address will not be published.