ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆତଙ୍କବାଦୀ ଆକ୍ରମଣରେ ପୁଣି ଦୋହଲିଲା ପାକିସ୍ତାନ

ପାକିସ୍ତାନ : ଆତଙ୍କବାଦୀ ଆକ୍ରମଣରେ ପୁଣି ଦୋହଲିଲା ପାକିସ୍ତାନ । ଚୀନ୍ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଏକ ବସକୁ ଆତଙ୍କବାଦୀ ଆଇଡି ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି । ଯେଉଁଥିରେ ୪ ଜଣ ଚୀନ୍ ଇଞ୍ଜିନିୟରଙ୍କ ସମେତ ମୋଟ ୮ ଜଣ ପ୍ରାଣ ହରାଇଛନ୍ତି । ନିହତଙ୍କ ମଧ୍ୟରେ ପାକ୍ ସେନାର ଯବାନ ମଧ୍ୟ ରହିଛନ୍ତି । ଏହି ସୈନିକ ଚୀନ୍ ଇଞ୍ଜିନିୟରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେମାନଙ୍କ ସହିତ ଉକ୍ତ ବସରେ ଯାଉଥିଲେ । ପାକିସ୍ତାନର ଦାସୁ ବନ୍ଧରେ କାମ କରୁଥିବା ୩୦ ଜଣ ଇଞ୍ଜିନିୟରଙ୍କୁ ନେଇ ଏହି ବସ ଯାଉଥିଲା । ବସକୁ ଟାର୍ଗେଟ୍ କରି କରାଯାଇଥିବା ଏହି ବିସ୍ଫୋରଣରେ ୧୨ ଜଣରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଉଦବେଗଜନକ ଥିବା ଜଣାପଡ଼ିଛି । ଆହତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଦାସୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।

ସେଠାରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ । ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ମଧ୍ୟରେ ପାକିସ୍ତାନରେ ଏହା ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ । ମଙ୍ଗଳବାର ଦିନ ଖୈବର ପଖତୁନୱାଲା ପ୍ରଦେଶର ହଙ୍ଗୁରେ ପାକିସ୍ତାନୀ ସେନା ଉପରେ ତେହରିକ୍-ଏ-ତାଲିବାନର ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ କ୍ୟାପ୍ଟେନଙ୍କ ସମେତ ୧୨ ଜଣ ପ୍ରାଣ ହରାଇଥିଲେ । ଆତଙ୍କବାଦୀ ମଧ୍ୟ କିଛି ସୈନିକଙ୍କ ଅପହରଣ କରିଥିବା ଜଣା ପଡିଛି ।

Leave A Reply

Your email address will not be published.