ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡ଼କାୟତି ଯୋଜନା ପଣ୍ଡ କଲା ପାହାଳ ପୋଲିସ, ୫ ଡ଼କାୟତ ଗିରଫ

ଭୁବନେଶ୍ୱର: ଡ଼କାୟତି ଯୋଜନା ପଣ୍ଡ କରିବା ସହିତ ୫ ଜଣିଆ ଡ଼କାୟତି ଗ୍ୟାଙ୍ଗକୁ ଗିରଫ କଲା ପାହାଳ ପୋଲିସ । ପାହାଳ ନିକଟ ଅଟଳା ଗାଁ ନିକଟରେ ଥିବା ଏକ ନିର୍ମାଣାଧୀନ ବ୍ରିଜ୍ ଉପରେ ଡକାୟତି ଯୋଜନା କରୁଥିବା ବେଳେ ମାଡିବସିଲା ପୋଲିସ। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଖେଳନା ବନ୍ଧୁକ, ଛୁରୀ, ଦୁଇଟି ବାଇକ, ନିଶାଦ୍ରବ୍ୟ ଜବତ କରାଯାଇଛି। ୪ ଜଣ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଜଣେ କଟକ ସଦର ଥାନା ଅଞ୍ଚଳର। ସେମାନେ ଅଭ୍ୟାସଗତ ଅପରାଧୀ ବୋଲି ପୋଲିସ ଜାଣିବାକୁ ପାଇଛି। ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କ ନାଁରେ ବିଭିନ୍ନ ଥାନାରେ ଲୁଟ୍, ଛିନତାଇ, ରାହାଜାନି, ବଟି ଆଦାୟ ଆଦି ମାମଲା ରହିଛି। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ୍ ଚଢ଼ାଉ କରିଥଲା । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି କହିଛନ୍ତି ଜୋନ ୪ ଏ ସି ପି ଏସ ଏନ୍ ମୁଦୁଲି ।

Leave A Reply

Your email address will not be published.