ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ: ବିଧାୟିକା କୁସୁମ ଟେଟେ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ । କୌଣସି ଦଳ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ବିଜେପି ବିଧାୟିକା କୁସୁମ ଟେଟେ ବଡ ସୂଚନା ଦେଇଛନ୍ତି । ଆସନ୍ତା ୧୪ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଦୀପ । ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିବା ନେଇ ବିଜେପି ନେତ୍ରୀ କୁସୁମ ଟେଟେ ସୂଚନା ଦେଇଛନ୍ତି । ହେଲେ ଏନେଇ ଦଳ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ।

ସୂଚନାଯୋଗ୍ୟ, ବରଗଡ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନରୁ ୨୦୧୯ ରେ ଜିତିଥିବା ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଆସନ । ଏହି ଆସନରେ ଉପନିର୍ବାଚନ ଲାଗି କିଛି ଦିନ ତଳେ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନର । ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ମତଦାନ ଏବଂ ୮ତାରିଖରେ ଭୋଟ ଗଣତି ହେବ । ଚଳିତମାସ ୧୭ ତାରିଖ ଯାଏଁ ଚାଲିବ ନୋମିନେସନ୍ । ନଭେମ୍ବର ୧୮ରେ ପ୍ରାର୍ଥୀପତ୍ରର ଯାଞ୍ଚ ହେବାକୁ ଥିବା ବେଳେ ନଭେମ୍ବର ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ । ଏହାପରେ ନଭେମ୍ବର ୨୧ରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଡିସେମ୍ବର ୧୦ରେ ଭୋଟ ଗଣତି ଓ ଫଳାଫଳ ପାଇବ ।

Leave A Reply

Your email address will not be published.