ଟ୍ବିଟରରେ କେନ୍ଦ୍ର ଅର୍ଥ ସଚିବଙ୍କୁ ଟ୍ୟୁସନ୍‌ କଲେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍, କହିଲେ …..

ନୂଆଦିଲ୍ଲୀ : ବର୍ତ୍ତମାନର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ୧ ତାରିଖରେ ୨୦୨୩-୨୪ ବର୍ଷ ପାଇଁ ସାଧାରଣ ବଜେଟ୍‌ ଉପସ୍ଥାପନ କରିଥିଲେ। ଏହା ନିର୍ବାଚନ ବର୍ଷ ଏବଂ ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟ୍‌ ହୋଇଥିବାରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିବାକୁ ମୋଦୀ ସରକାର ଭରପୂର ଚେଷ୍ଟା କରିଛନ୍ତି। ଆୟକର ଟିକସ ସ୍ଲାବରେ ହ୍ରାସ କରାଯିବା ସହ ଅନେକ ନୂଆ ଯୋଜନା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି।


ତେବେ ମୋଦୀ ସରକାର ବଜେଟରେ ଆୟକର ଟିକସ ସ୍ଲାବରେ ହ୍ରାସ କରିବାକୁ ଘୋଷଣାକୁ ପ୍ରଥମରୁ ବିରୋଧ କରୁଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌  ଆଜି ଅର୍ଥାତ ଫେବୃଆରୀ ୫ ତାରିଖରେ ସାମାଜିକ ଗଣମାଧ୍ୟମ ଟ୍ବିଟରରେ କେନ୍ଦ୍ର ଅର୍ଥ ସଚିବଙ୍କୁ ଟ୍ୟୁସନ୍‌ କରିଛନ୍ତି। ଏକ ଇଂରାଜୀ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ କେନ୍ଦ୍ର ଅର୍ଥ ସଚିବ ଟି.ଭି ସୋମନାଥନ୍‌ କହିଥିଲେ ଯେ ଗୃହ ଋଣ ଏକ ସଞ୍ଚୟ ନୁହେଁ। ଏହା ଏକ ଖର୍ଚ୍ଚ ଅଟେ। ଏହାକୁ ବ୍ୟାଖ୍ୟା କରି ସେ କହିଛନ୍ତି ଯେ ପୁରାତନ ଟିକସ ବ୍ୟବସ୍ଥାରେ ପ୍ରାୟ ଅଧା ଛାଡ ‘ସଞ୍ଚୟ ସ୍କିମ୍’ ଏବଂ ଅଧା ଛାଡ ‘ଅଣ-ସଞ୍ଚୟ ଯୋଜନା’ ପାଇଁ ଅଟେ। ଘର ଋଣ ଏବଂ ଏହା ଉପରେ ଧାର୍ଯ୍ୟ ସୁଧ ପରି । ଏଭଳି ପରିସ୍ଥିତିରେ ସେ ପ୍ରଶ୍ନ ଉଠାଇଥିଲେ ଯେ ଘର ଋଣ ପ୍ରକୃତରେ ଏକ ସଞ୍ଚୟ ଉପକରଣ କି?


ତେବେ କେନ୍ଦ୍ର ଅର୍ଥ ସଚିବଙ୍କ ଏହି ସାକ୍ଷାତକାରକୁ ନେଇ ତାଙ୍କୁ ଟ୍ୟୁସନ କରିଛନ୍ତି ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌। ଟ୍ବିଟରରେ ବ୍ୟାଖ୍ୟା କରି କେନ୍ଦ୍ର ଅର୍ଥ ସଚିବଙ୍କୁ ଗୃହ ଋଣ ଏକ ଖର୍ଚ୍ଚ ନୁହେଁ ଏହା ଏକ ସଞ୍ଚୟ କିପରି ତାହା ବୁଝାଇଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌। ପି ଚିଦାମ୍ବରମ୍‌ କହିଛନ୍ତି  ଯେ ଗୃହ ଋଣ ଉପରେ ସେମାନେ ଦେଉଥିବା ସୁଧ,ଏକ ଖର୍ଚ୍ଚ, କିନ୍ତୁ ଏହା ଏପରି ଖର୍ଚ୍ଚ ଯାହା ପରେ ଏକ ସମ୍ପତ୍ତି ହୋଇଯାଏ। ଅର୍ଥାତ ଗୃହ ଋଣ ପରେ ଆପଣ ଯେଉଁ ସୁଧ ଦେଉଛନ୍ତି ତାହା ସମ୍ପୁର୍ଣ୍ଣ ହେବା ପରେ ଉକ୍ତ ଘରଟି ଆପଣଙ୍କର ଏକ ସମ୍ପତ୍ତି ବା ସଞ୍ଚୟ ଭାବରେ ବିବେଚନା କରାଯିବା ଉଚିତ୍।

ସୂଚନାଯୋଗ୍ୟ ପ୍ରଥମରୁ ମୋଦୀ ସରକାରଙ୍କ ବଜେଟରେ ଆୟକର ଟିକସ ସ୍ଲାବରେ ହ୍ରାସ ଘଟଣାକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ କହିଥିଲେ ନୂଆ ଟିକସ ବ୍ୟବସ୍ଥା ଗ୍ରହଣ କରୁଥିବା ଲୋକ ବହୁତ କମ୍। ସେଥିପାଇଁ ଏହାର ଲାଭ କେବଳ ଅଳ୍ପ ଲୋକଙ୍କ ପାଇଁ ସୀମିତ। ସରକାର ଚାହୁଁଛନ୍ତି ଯେ ଅଧିକରୁ ଅଧିକ ଲୋକ ଜବରଦସ୍ତ ନୂଆ ଟିକସ ବ୍ୟବସ୍ଥା ଗ୍ରହଣ କରନ୍ତୁ। ଅଧିକାଂଶ ଟିକସଦାତାଙ୍କୁ ସରକାର ସୁବିଧା ଯୋଗାଇବାରେ ସକ୍ଷମ ହୋଇ ନାହାଁନ୍ତି।’’

ପୂର୍ବତନ ଅର୍ଥମନ୍ତ୍ରୀ କହିଛନ୍ତି ପି ଚିଦାମ୍ବରମ୍‌ କହିଥିଲେ ଯେ ନିର୍ମଳା ସୀତାରମଣ ତାଙ୍କ ଭାଷଣରେ ଯେକୌଣସି ସ୍ଥାନରେ ବେକାରୀ, ଦାରିଦ୍ର, ଅସମାନତା କିମ୍ବା ସମାନତା ଭଳି ଶବ୍ଦ ଉଲ୍ଲେଖ କରିନାହାଁନ୍ତି। ବଜେଟରେ ଦର୍ଶାଯାଇଛି ଯେ ସରକାର ଲୋକଙ୍କର ଜୀବିକା, ସେମାନଙ୍କ ଚିନ୍ତା, ଧନୀ ଏବଂ ଗରିବଙ୍କ ମଧ୍ୟରେ ବଢୁଥିବା ପାର୍ଥକ୍ୟ ପ୍ରତି ଧ୍ୟାନ ଦେଉ ନାହାଁନ୍ତି।’’ ଏହି ବଜେଟରୁ କିଏ ଉପକୃତ ହୋଇଛି? ନିଶ୍ଚିତ ଭାବରେ ଗରିବ ନୁହେଁ। ଚାକିରି ଖୋଜୁଥିବା ଯୁବକଙ୍କୁ ନୁହେଁ, ବରଖାସ୍ତ କରାଯାଉଥିବା ଯୁବକଙ୍କୁ ନୁହେଁ। ଟିକସଦାତା ନୁହଁନ୍ତି ଏବଂ ଗୃହିଣୀ ମଧ୍ୟ ନୁହଁନ୍ତି ବୋଲି ପି ଚିଦାମ୍ବରମ୍‌ କହିଥିଲେ।

Leave a comment