ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ଯ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜଧାନୀ  ଭୁବନେଶ୍ବରରେ ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ଯ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ରାଜ୍ୟରେ ଚିହ୍ନଟ ହେଉଥିବା ଦୈନିକ ସଂକ୍ରମଣର ୪୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଆସୁଥିବା ସେ କହିଛନ୍ତି।

ପାର୍ବଣ ସମୟରେ ଗହଳି ନ କରିବା ପାଇଁ ଆମେ ଲୋକମାନଙ୍କୁ ସଚେତନ କରାଇବା ସତେ ହାଟ ଓ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏହା ଦ୍ୱାରା ପୁଣି ଥରେ ସଂକ୍ରମଣ ବଢିବାର ସମ୍ଭାବନା ଦେଖାଯାଉଛି । ଗତକାଲି ଭୁବନେଶ୍ୱରରେ ସଂକ୍ରମଣ ଉପର ମୁହାଁ ହୋଇଥିବାର ନଜିର ସାମ୍ନାକୁ ଆସିଛି । ମାତ୍ର ଏପରି ସ୍ଥିତିରେ ଲୋକମାନେ ସଚେତନ ହେଉନଥିବାରୁ ଆମେ କମିଶନରେଟ ପୋଲିସକୁ କଟକଣା ବଢ଼ାଇବା ପାଇଁ କୁହାଯାଇଛି । କିପରି ଲୋକମାନେ ବାହାରେ ଗହଳି ନକରିବେ, ଭିଡ଼କୁ ରୋକି ହେବ ସେ ନେଇ ପ୍ଲାନ କରିବାକୁ ଆମେ ନିର୍ଦେଶ ଦେଇଛୁ। ବାହାରେ ଅଯଥା ଗହଳି କରନ୍ତୁ ନାହିଁ ।

Leave A Reply

Your email address will not be published.