ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ମୋ ସରକାର’ ଅଧିନକୁ ଗଲା ଆଉଟ୍ ସୋର୍ସିଂ ସଂସ୍ଥା, ଠିକ୍ ସମୟରେ କର୍ମଚାରୀଙ୍କ ଦରମା ଦେବାକୁ ସଂପୃକ୍ତ ସଂସ୍ଥାକୁ ନିର୍ଦ୍ଦେଶ

ଭୁବନେଶ୍ବର : ମୋ ସରକାର ଅଧିନକୁ ଗଲା ଆଉଟ୍ ସୋର୍ସିଂ ସଂସ୍ଥା । ଫଳରେ ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ଉପରେ ମନ ଇଚ୍ଛା ନିର୍ଦ୍ଦେଶ ଜାରି କରି ପାରିବେନି ସଂପୃକ୍ତ ସଂସ୍ଥା । କାମ କରୁଥିବା ସଂସ୍ଥା ଠିକ୍ ସମୟରେ ଦରମା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନଦେଲେ ସଂପୃକ୍ତ ସଂସ୍ଥାକୁ ଆଉଟ୍ ସୋର୍ସିଂରୁ ବାଦ୍ ଦିଆଯିବା ସହ କଳା ତାଲିକା ଭୁକ୍ତ କରାଯିବ। କେବଳ ସେତିକି ନୁହେଁ ଯେଉଁ ଆଉଟ୍ ସୋର୍ସିଂ ଠିକ୍ ସମୟରେ ଦରମା, ଇଏସଆଇ ଓ ଇପିଏଫ ଦେଉଥିଲେ ସେମାନଙ୍କୁ ପୁରସ୍କୃତ କରାଯିବ। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.