ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଳିଙ୍ଗା ଘାଟିରେ ବଢୁଥିବା ଦୁର୍ଘଟଣାକୁ ନେଇ ତତ୍ପର ହେଲା ପରିବହନ ବିଭାଗ : ଏଣିକି ରାଜ୍ୟ ବାହାର ଗାଡିକୁ କଳିଙ୍ଗା ଘାଟି ମନା

ଭୁବନେଶ୍ବର : ଟୁରିଷ୍ଟ ଗାଡି ପାଇଁ କାଳ ସାଜିଛି କଳିଙ୍ଗା ଘାଟି। ବାରମ୍ବାର ଏହି ଘାଟିରେ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନି ହେଉଛି। କଳିଙ୍ଗା ଘାଟିରେ ଦୁର୍ଘଟଣା କମାଇବା ପାଇଁ ପରିବହନ ବିଭାଗ ପ୍ରାୟସ କରୁଥିଲେ ମଧ୍ୟ ବାହାର ରାଜ୍ୟରୁ ଆସୁଥିବା ଟୁରିଷ୍ଟ ଗାଡି ଗୁଡିକ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି। ଏହାର ପ୍ରମୁଖ କାରଣ ହେଉଛି ରାଜ୍ୟ ବାହାରୁ ଆସୁଥିବା ଗାଡି ଗୁଡିକର ଡ୍ରାଇଭର ଘାଟି ରାସ୍ତାକୁ ଠିକ ଭାବେ ଜାଣିପାରୁନାହାନ୍ତି। ଯାହା ଫଳରେ ସେମାନେ ଘାଟି ରାସ୍ତାରେ ଗାଡିକୁ ଦ୍ରୁତ ଗତିରେ ନେଇଛନ୍ତି। ଘାଟିର ଅଙ୍କା-ବଙ୍କା ରାସ୍ତରେ ବେଗ ନିୟନ୍ତ୍ରଣ କରିନପାରି ଦୁର୍ଘଟଣା ଘଟାଉଛନ୍ତି। ଦୁର୍ଘଟଣା ଫଳରେ ବହୁ ଜନ-ଜୀବନ ହାନୀ ହେଉଛି।

ତେବେ ବାରମ୍ବାର କଳିଙ୍ଗା ଘାଟିରେ ଦୁର୍ଘଟଣା ପରେ ତତ୍ପର ହୋଇଛି ପରିବହନ ବିଭାଗ। ଏଣିକି ବାହାର ରାଜ୍ୟରୁ ଆସୁଥିବା ଗାଡି ଗୁଡିକୁ ଘାଟି ରାସ୍ତାରେ ଯିବାକୁ ଦିଆଯିବ ନାହିଁ। ଜିଲ୍ଲା ସୀମାରେ ଚେକିଂ ବ୍ଲକିଂକୁ ବ୍ୟାପକ କରାଯିବ। ବାହାର ରାଜ୍ୟର ଗାଡି ଯିବାକୁ ଚାହିଁଲେ, ବିପଦଜନକ ଘାଟି ରାସ୍ତାରେ ସେମାନଙ୍କୁ ଯିବାକୁ ଦିଆ ଯିବନାହିଁ। ଅନ୍ୟ ରାସ୍ତା ସମ୍ପର୍କରେ ଡ୍ରାଇଭରଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଗତକାଲି ପଶ୍ଚିମବଙ୍ଗ ନମ୍ବର ଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ପୂର୍ବରୁ ଗୁଜୁରାଟ ନମ୍ବରର ଗାଡି କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହେବା ସହ ଧନଜୀବନ ହାନି ଘଟିଥିଲା ।

Leave A Reply

Your email address will not be published.