ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶରେ କେହି ଯେପରି ଭୋକିଲା ନ ରହନ୍ତି,ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ପହଞ୍ଚାଇବା ସରକାରଙ୍କ ଦାୟିତ୍ୱ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କେହି ଯେପରି ଭୋକିଲା ଶୋଇବ ନାହିଁ ତାହା ସୁନିଶ୍ଚିତ କରିବା ହେଉଛି ଆମ ସଂସ୍କୃତି । ଏଣୁ ଦେଶରେ ଯେପରି କୌଣସି ବ୍ୟକ୍ତି ଖାଲି ପେଟରେ ନ ଶୁଏ ତାହା କେନ୍ଦ୍ର ସରକାର ନିଶ୍ଚିତ କରନ୍ତୁ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅଧୀନରେ ଦିଆଯାଉଥିବା ଖାଦ୍ୟଶସ୍ୟ ଯେପରି ସବୁ ଗରିବଙ୍କ ପାଖରେ ପହଞ୍ଚିବ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ।

ମଙ୍ଗଳବାର ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିବା ସହ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସମସ୍ତ ହିତାଧିକାରୀଙ୍କ ନିକଟରେ ଖାଦ୍ୟଶସ୍ୟ ଯେପରି ପହଞ୍ଚିବ ତାହା ତଦାରଖ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଏମ.ଆର ଶାହ ଏବଂ ହିମା କୋହଲିଙ୍କ ଖଣ୍ଡପୀଠ ଏହା ଉପରେ ଫ୍ରେସ୍ ଚାର୍ଟ ଏବଂ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ପ୍ରବାସୀ ଏବଂ ଅଣସଂଗଠିତ ଶ୍ରମିକଙ୍କ ସଂଖ୍ୟା ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ ଏମ ଆର ଶାହା ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମରେ ଖାଦ୍ୟାନ୍ନ ଶେଷ ମଣିଷ ପାଖରେ ଯେପରି ପହଞ୍ଚିବ ତାହା ଦେଖିବା କେନ୍ଦ୍ରର ଦାୟିତ୍ୱ । ଆମେ କହୁନୁ ଯେ କେନ୍ଦ୍ର ସରକାର କିଛି କରୁ ନାହାନ୍ତି, ଭାରତ ସରକାର କୋଭିଡ ସମୟରେ ଲୋକଙ୍କ ନିକଟରେ ଖାଦ୍ୟଶସ୍ୟ ପହଞ୍ଚାଇଛନ୍ତି । ଏହା ଯେପରି ଜାରି ରହିବ ତାହା ଆମକୁ ଦେଖିବାକୁ ପଡିବ।କେହି ଯେପରି ଖାଲି ପେଟରେ ଶୋଇବନି ତାହା ଆମ ସଂସ୍କୃତି । ତିନି ସାମାଜିକ କର୍ମୀ ଅଞ୍ଜଳି ଭରଦ୍ୱାଜ, ହର୍ଷ ମନ୍ଦର ଏବଂ ଜଗଦୀପ ଛୋକରଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ୨୦୧୧ର ଜନଗଣନା ପରେ ଦେଶର ଜନସଂଖ୍ୟା ବୃଦ୍ଧି ହୋଇଛି ଏବଂ ଏନଏଫଏସଏ ଜରିଆରେ ଲାଭାର୍ଥୀଙ୍କ ସଂଖ୍ୟା ମଧ୍ୟ ବଢିଛି । ସେ କହିଛନ୍ତି ଯଦି ଏହାକୁ ପ୍ରଭାବୀ ଢଙ୍ଗରେ ଲାଗୁ କରା ନଯାଏ ତେବେ ପ୍ରକୃତ ହିତାଧିକାରୀ ଏହାର ଲାଭରୁ ବଞ୍ଚିତ ହୋଇଯିବେ ।

ସେମାନେ କହିଛନ୍ତି ଯେ, ଯଦି ଏହାକୁ ଯଥାଶୀଘ୍ର ଲାଗୁ ନକରାଗଲା ତେବେ ଅନେକ ଯୋଗ୍ୟ ହିତାଧିକାରୀ ଆଇନ ଅନୁଯାୟୀ ଲାଭରୁ ବଞ୍ଚିତ ହୋଇଯିବେ । ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ସରକାର ଦାବି କରୁଛନ୍ତି ଯେ ନିକଟ ବର୍ଷରେ ଲୋକମାନଙ୍କ ପ୍ରତି ବ୍ୟକ୍ତି ଆୟରେ ବୃଦ୍ଧି ଘଟିଛି, କିନ୍ତୁ ଭାରତ ବିଶ୍ୱ କ୍ଷୁଧା ତାଲିକାରେ ଦ୍ରୁତତାର ସହ ତଳକୁ ଖସୁଛି । କେନ୍ଦ୍ର ପକ୍ଷରୁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ୟ୍ୟା ଭାଟି କହିଛନ୍ତି ଯେ ଏନଏଫଏସଏ ଆଧାରରେ ୮୧.୩୫ କୋଟି ଲାଭାର୍ଥୀ ରହିଛନ୍ତି, ଭାରତୀୟଙ୍କ ସନ୍ଦର୍ଭରେ ଏହା ବହୁତ ବଡ଼ ସଂଖ୍ୟା ଅଟେ ।

Leave A Reply

Your email address will not be published.