ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ୱର ପରେ ପୁରୀରେ ଖୋଲିଲା ଓଟିଡିସିର ଖାଣ୍ଟି ଓଡିଆ ଖାଦ୍ୟ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’

ପୁରୀ : ଓଡିଆ ଖାଦ୍ୟର ପ୍ରସାର ପାଇଁ ଓଟିଡିସିର ନୂଆ ପ୍ରୟାସ । ଓଡିଆ ପାରମ୍ପରିକ ଖାଦ୍ୟର ଲୋକପ୍ରିୟତା ବୃଦ୍ଧି ସହ ସୁବିଧାରେ ଏହାକୁ ଉପଲବ୍ଧ କରାଇବା ପାଇଁ ଓଟିଡିସି ପକ୍ଷରୁ ଭୁବନେଶ୍ବର ପରେ ପୁରୀରେ ଆରମ୍ଭ ହୋଇଛି ଖାଣ୍ଟି ଓଡିଆ ଖାଦ୍ୟ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ । ଭୁବନେଶ୍ବର ସହିଦ ନଗରରେ ଗ୍ରାହକ ଓ ପର୍ଯ୍ୟଟକଙ୍କ ବିଶ୍ୱାସ ଜିତି ପାରମ୍ପରିକ ଓଡ଼ିଆ ଖାଦ୍ୟ ପରସୁଥିବା ଓଟିଡିସି ପକ୍ଷରୁ ଆଜି ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଏକ ଖାଣ୍ଟି ଓଡିଆ ଖାଦ୍ୟ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ଲୋକାର୍ପିତ ହୋଇଛି । ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାକୁ ଲୋକାର୍ପଣ କରିଛନ୍ତି।

ଭୁବନେଶ୍ୱରରେ ଗ୍ରାହକ ଓ ପର୍ଯ୍ୟଟକଙ୍କ ବିଶ୍ୱାସ ଜିତି ପାରମ୍ପରିକ ଓଡ଼ିଆ ଖାଦ୍ୟ ପରସୁଥିବା ଓଟିଡିସିର ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ ପୁରୀକୁ ଆସୁଥିବା ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ମଧ୍ୟ ଓଡ଼ିଆ ଖାଦ୍ୟ ପରଷିଦେବ।ସ୍ଵତନ୍ତ୍ର ଭାବେ ବାହାର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ଘରୋଇ ଖାଦ୍ୟ ଉପଲବ୍ଧ ହେଉଛି। ଗତ ସେପ୍ଟମ୍ବର ମାସ ୩ ତାରିଖରେ ଭୁବନେଶ୍ଵରର ସହିଦ ନଗରରେ  ‘ନିମନ୍ତ୍ରଣ’ ଉଦଘାଟିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ ଆରମ୍ଭ ହେବା ଦିନଠାରୁ ହିଁ ଉତ୍ତମ ଖାଦ୍ୟ ଓ ସେବା ପ୍ରଦାନ କରି ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଥିବା ବେଳେ ବ୍ୟବସାୟିକ ଦୃଷ୍ଟିକୋଣରୁ ମଧ୍ୟ ବେଶ୍ ସଫଳତା ହାସଲ କରିପାରିଛି। ‘ନିମନ୍ତ୍ରଣ’ ବିଗତ ତିନି ମାସ ମଧ୍ୟରେ ପାଖାପାଖି ୭୫ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ବେଳେ , ମାସିକ ହାରାହାରି ୨୦ ଲକ୍ଷ ଟଙ୍କା ଲାଭ କରିଛି।

ଗତ ସେପ୍ଟମ୍ବର ମାସ ୩ ତାରିଖରେ ଭୁବନେଶ୍ଵରର ସହିଦ ନଗରରେ  ‘ନିମନ୍ତ୍ରଣ’ ଉଦଘାଟନ ଅବସରେେ ମୁଖ୍ୟମନ୍ତ୍ରୀ ଆଗକୁ ପୁରୀ ଓ ସମ୍ବଲପୁରରେ ଖୋଲିବାକୁ ଲକ୍ଷ୍ୟ ରଖିଥିବା କହିଥିଲେ। ଯାହା ପୁରୀରେ ଆଜି ପୂରଣ ହୋଇଛି। ଆଗକୁ ସମ୍ବଲପୁରରେ ମଧ୍ୟ ଓଟିଡିସିର ଖାଣ୍ଟି ଓଡିଆ ଖାଦ୍ୟ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ ଖୋଲିବ ବୋଲି ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି।

Leave A Reply

Your email address will not be published.