ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୨ରୁ ଓଡ଼ିଆଣୀ ପିଠା ମହୋତ୍ସବ

ଭୁବନେଶ୍ୱର : ଏକାମ୍ର ହାଟସ୍ଥିତ ହୋଟେଲ ଓଡ଼ିଶା ପ୍ୟାଣ୍ଟ୍ରି ତରଫରୁ ଓଡ଼ିଶାର ପାରମ୍ପରିକ ପିଠାକୁ ପ୍ରଚାରିତ ଓ ଜନପ୍ରିୟ କରିବା ଉଦ୍ଦେଶ୍ୟରେ ଆସନ୍ତା ମାର୍ଚ୍ଚ ୧୨ ଓ ୧୩ ଦୁଇଦିନ ଧରି ଆୟୋଜିତ ହେବ ଓଡ଼ିଆଣୀ ପିଠା ମହୋତ୍ସବ। ବିଭିନ୍ନ ଜିଲ୍ଲାରେ ହେଉଥିବା ଭିନ୍ନଭିନ୍ନ ପିଠାର ଏହି ଉତ୍ସବ ଆୟୋଜନର ମୁଖ୍‍୍ୟ ଉଦ୍ଦେଶ୍ୟ ହେଉଛି ଧୀରେ ଧୀରେ ବିଲୁପ୍ତ ହେବାକୁ ଯାଉଥିବା ଓଡ଼ିଆଙ୍କର ସମୃଦ୍ଧି ଖାଦ୍ୟ ପରମ୍ପରାକୁ ନୂଆ ପିଢି ନିକଟରେ ପହଞ୍ଚଇବା ତଥା ଜନପ୍ରିୟ କରିବା ବୋଲି ହୋଟେଲ ଓଡ଼ିଶା ପ୍ୟାଣ୍ଟ୍ରିର ସତ୍ତ୍ୱାଧିକାରିଣୀ ଶର୍ମିଲା ଧଳ ଓ ମୁଞ୍ଜରିକା ଦାଶ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଏହି ଦୁଇଦିନିଆ ପିଠା ମହୋତ୍ସବରେ ପିଠାର ପ୍ରଦର୍ଶନ ସହ ବିକ୍ରୟ ମଧ୍ୟ ହେବ।

Leave A Reply

Your email address will not be published.