ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ORHDC ଦୁର୍ନୀତି ମାମଲା : ପୂର୍ବତନ ଆଇ.ଏ.ଏସ୍ ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌

ଭୁବନେଶ୍ବର : ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମ(ORHDC) ଦୁର୍ନୀତି ମାମଲାରେ ପୂର୍ବତନ ଆଇ.ଏ.ଏସ୍ ବିନୋଦ କୁମାରଙ୍କୁ ପଞ୍ଚମ ଥର ପାଇଁ ସଜା ଣୁଣାଇଛନ୍ତି ଭିଜିଲାନ୍ସ ସ୍ପେଶାଲ ଜଜ୍‌। ଭୂମିକା ବିଲଡର ଲୋନ ଦୁର୍ନୀତି ମାମଲାରେ ତତ୍କାଳୀନ ଆଇ.ଏ.ଏସ୍ ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଦୋଷୀ ପ୍ରମାଣିତ କରିଛନ୍ତି କୋର୍ଟ । ଏହି ମାମଲାରେ ଅଭିଯୁକ୍ତ ମାନଙ୍କୁ ୩ ବର୍ଷ ଜେଲ ସହ ୫୦ ହଜାର ଟଙ୍କା ଫାଇନ ପାଇଁ ସ୍ପେଶାଲ ଜଜ୍‌, ଭିଜିଲାନ୍ସ ସଜା ଶୁଣାଇଛନ୍ତି ।

ଅଭିଯୁକ୍ତ ମାନେ ହେଲେ ସତ୍ୟ ପ୍ରକାଶ ବେହେରା, ସ୍ୱସ୍ତିକ ରଞ୍ଜନ ମହାପାତ୍ର( କମ୍ପାନୀ ସେକ୍ରେଟାରୀ), ଜ୍ଞାନେନ୍ଦ୍ର ସ୍ୱାଇଁ (ଆସିଷ୍ଟାଣ୍ଟ ସିଷ୍ଟମ ଅନାଲିଷ୍ଟ), ଭୂମିକା ବିଲଡର ମ୍ୟାନେଜିଙ୍ଗ ପାର୍ଟନର ଦେବଦତ୍ତ ରାୟ ଓ଼ ବିଭୁତି ଭୂଷଣ ସ୍ୱାଇଁ ।

ସୂଚନା ଥାଉକି ଏହି ଦୁର୍ନୀତି ମାମଲାରେ ସେପ୍ଟେମ୍ୱର ୨୯ ତାରିଖରେ ଭିଜିଲାନ୍ସ କୋର୍ଟ ଏକ ରାୟ ପ୍ରକାଶ କରିଥିଲେ । କଟକ ସଦର ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଥିଲେ କୋର୍ଟ ।ଏହି ସମସ୍ତ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଲାଗୁ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହି ମାମଲାରେ ମୋକିମ, ବିନୋଦ ଓ ପୀୟୂଷଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଥିଲା । ବିନୋଦଙ୍କ ଅପିଲକୁ ଗ୍ରହଣ କରି ତାଙ୍କୁ ଗତ ଅକ୍ଟୋବର ମାସରେ ଜାମିନ ପ୍ରଦାନ କରାଯାଇଥିଲା । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ବିନୋଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ତେବେ ଏହା ମଧ୍ୟରେ ବିନୋଦଙ୍କ ପାଇଁ ପୁଣି ଏକ ନିରାଶାଜନକ ଖବର ଖବର ଆସିଛି । ପୁଣି ହୋଇଛି ବିନୋଦଙ୍କୁ ସଜ୍ଜା । ଭିଜିଲାନ୍ସ କୋର୍ଟ ବିନୋଦଙ୍କ ଉପରେ ୩ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଲାଗୁ କରିଛନ୍ତି । ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି ବିନୋଦଙ୍କ ସହିତ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କ ପାଇଁ ଏହି ଦଣ୍ଡାଦେଶ ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିନୋଦ କୁମାରଙ୍କୁ ଚଳିତ ବର୍ଷ ଫେବୃ୍ଆରୀ ୨ ତାରିଖରେ ଚାକିରୀରୁ ବରଖାସ୍ତ କରିଥିଲେ। ଶ୍ରୀ କୁମାରଙ୍କୁ ଚାକିରୀ ରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଥିଲେ।  ଶ୍ରୀ କୁମାର ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦାନ କରି ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଂଜୁର କରିଥିଲେ । ଯାହାଦ୍ବାରା କି ରାଜ୍ୟ ସରକାରଙ୍କର ବିପୁଳ ଆର୍ଥିକ କ୍ଷତି ହୋଇଥିଲା । ସେଥିପାଇଁ ଶ୍ରୀ କୁମାରଙ୍କ ବିରୁଦ୍ଧରେ ଓଡିଶା ସରକାର ୨୭ଟି ଭିଜିଲାନ୍‌ସ କେସ୍‌ ଦାୟର କରିଥିଲେ । ତନ୍ମଧ୍ୟରୁ ସେହିସମୟରେ ଦୁଇଟି କେସ୍‌ରେ ଶ୍ରୀ କୁମାର ଦୋଷୀ ସାବସ୍ତ ହୋଇଥିଲେ। ଦୁର୍ନୀତି ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେଉଥିବା ରାଜ୍ୟ ସରକାରେ ସେହି ସମୟରେ ତାଙ୍କୁ ଚାକିରୀରୁ ବରଖାସ୍ତ କରିଥିଲେ।

Leave A Reply

Your email address will not be published.