ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସେପ୍ଟେମ୍ୱର ୩୦ ଯାଏଁ ହେବ ଓପିଏସସି ସାକ୍ଷାତକାର ପରୀକ୍ଷା

ଭୁବନେଶ୍ୱର: ଓଡିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ହେଉଥିବା ସାକ୍ଷାତକାର ପରୀକ୍ଷା ସେପ୍ଟେମ୍ବର ୩୦ ଯାଏ ହେବ। ତେବେ, ଏହି ସମୟରେ ଯେଉଁମାନେ ୟୁପିଏସ୍‌ସି ମେନ୍ ପରୀକ୍ଷା ଦେଉଛନ୍ତି, ତାଙ୍କ ପାଇଁ ଅସୁବିଧା ହେଲେ ସାକ୍ଷାତକାର ତାରିଖ ବଦଳାଇପାରିବେ। ଏଥିପାଇଁ ଆଡମିଟ୍ କାର୍ଡର କପି ସହିତ ବିଧିବଦ୍ଧ ଭାବେ ଆବେଦନ କରିବାକୁ ପଡ଼ିବ ବୋଲି ଓପିଏସ୍‌ସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।

ସାକ୍ଷାତକାର ତାରିଖ ସ୍ଥିର ହେବା ପରେ ଯଦି ପ୍ରାର୍ଥୀଙ୍କର ୟୁପିଏସ୍‌ସି ମେନ୍ ପରୀକ୍ଷା ଦେବାରେ ସମସ୍ୟା ହୁଏ ତେବେ ତାରିଖ ବଦଳାଇବା ପାଇଁ ପ୍ରାର୍ଥୀ ଆବେଦନ କରିପାରବେ। ଏହାପରେ ଆବେଦନ ଅନୁସାରେ ତାରିଖ ବଦଳାଯିବ ବୋଲି ସୂଚନା ଦେଇଛନ୍ତି ଓପିଏସସି ଅଧ୍ୟକ୍ଷ ।

Leave A Reply

Your email address will not be published.