ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଗଷ୍ଟ ୨୭ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ବର: ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୨୭(ଶୁକ୍ରବାର)ରେ ୨ଟି ସିଟିଂରେ ପରୀକ୍ଷା ହେବ। ସକାଳ ୧୦ରୁ ୧୨ଟା ପ୍ରଥମ ପେପର ଜିଏସ୍ । ସାଢ଼େ ୧ରୁ ସାଢ଼େ ୩ଟା ୨ୟ ପେପର ପରୀକ୍ଷା ହେବ । ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷାରେ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ପ୍ରତି ସିଟିଂରେ ୪୦ ମିନିଟ ଅଧିକ ସମୟ ମିଳିବ ବୋଲି ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେପ୍ଟେମ୍ବର ସୁଦ୍ଧା ପ୍ରିଲିମିନାରୀ ପରୀକ୍ଷା ଫଳ ପ୍ରକାଶ ପାଇବା ସମ୍ଭାବନା ରହିଛି। 

Leave A Reply

Your email address will not be published.