ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତା ୨୭ ତାରିଖରେ ହେବ ASO ପରୀକ୍ଷା, OPSC ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଆସନ୍ତା ୨୭ରେ ହେବ ASO ପରୀକ୍ଷା । ବନ୍ୟା ଯୋଗୁ ଘୁଞ୍ଚିଥିବା ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପରୀକ୍ଷା ଅଗଷ୍ଟ ୨୭ ତାରିଖରେ ହେବ। ଏନେଇ OPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୭ ତାରିଖ ଅର୍ଥାତ୍ ଶନିବାର ଦିନ ASO ପରୀକ୍ଷା ହେବ ।

ଏହି ପରୀକ୍ଷା ୩ଟି ସିଟିଂରେ ହେବ। ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ରହିଛି। ଦ୍ୱିତୀୟ ସିଟିଂ ପରୀକ୍ଷା ସାଢ଼େ ୧୧ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ହେବ। ସେହିପରି ତୃତୀୟ ସିଟିଂ ଅପରାହ୍ଣ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ହେବ। ତେବେ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ସମୟ ଟିକେ ଅଧିକ ରଖାଯାଇଛି। ସେମାନେ ପ୍ରତି ସିଟିଂରେ ଅଧ ଘଣ୍ଟାଏ ଲେଖାଏଁ ଅଧିକ ସମୟ ପାଇବେ।

ପ୍ରଥମ ସିଟିଂରେ ସାଧାରଣ ଜ୍ଞାନ ପରୀକ୍ଷା ହେବ। ଦ୍ୱିତୀୟ ସିଟିଂରେ Reasoning ଓ Meantal Ablility ସହିତ ଗଣିତ ପରୀକ୍ଷା କରାଯିବ। ସେହିପରି ତୃତୀୟ ସିଟିଂରେ ଇଂରାଜୀ ଓ ଓଡ଼ିଆ ପରୀକ୍ଷା ହେବ। ମୋଟ ୭୬୯ଟି ASO ପଦବୀରେ ନିଯୁକ୍ତି ପାଇଁ ଏହି ପରୀକ୍ଷା କରାଯାଉଛି।

Leave A Reply

Your email address will not be published.