ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିରୋଧୀ କରୁଛନ୍ତି ବଡ଼ ରଣନୀତି: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଆଣିପାରନ୍ତି ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ : ବିରୋଧୀ ଦଳ ଏକ ନୂତନ ରଣନୀତି ପ୍ରସ୍ତୁତ କରୁଛନ୍ତି। ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ପ୍ରସଙ୍ଗରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏବେ ସଂସଦ ଭିତରେ ବଡ଼ ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ କଂଗ୍ରେସ ଅନ୍ୟ ବିରୋଧୀ ଦଳସହ ମିଶି ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳମାନେ ଆସନ୍ତା ସୋମବାର ଦିନ (୩ ଏପ୍ରିଲ) ଅନାସ୍ଥା ପ୍ରସ୍ତାବ ଆଣିବାର ସମ୍ଭାବନା ରହିଛି । କଂଗ୍ରେସ ସାଂସଦଙ୍କ ବୈଠକରେ ଏହି ପ୍ରସ୍ତାବ ଉପସ୍ଥାପିତ ହୋଇଥିବା ବେଳେ କଂଗ୍ରେସ ଏ ନେଇ ଅନ୍ୟ ବିରୋଧୀ ଦଳମାନଙ୍କ ସହ ଆଲୋଚନା କରୁଛି ।

ଖବର ଅନୁଯାୟୀ, ୨୦୧୯ ମାନହାନୀ ମାମଲାରେ ରାହୁଲ ଗାନ୍ଧିଙ୍କୁ ସୁରଟର ଏକ ଅଦାଲତ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହି ଦଣ୍ଡାଦେଶ ଆସିବାର ଦିନକ ପରେ ହିଁ ରାହୁଲଙ୍କ ସଦସ୍ୟପଦ ରଦ୍ଦ କରିଦିଆଯାଇଥିଲା । ପୁଣି ସଦସ୍ୟତା ବାତିଲ କରିବା ପରେ ଏବେ ରାହୁଲ ଗାନ୍ଧୀଙ୍କୁ ଘର ଖାଲି କରିବାକୁ ନୋଟିସ୍ ମିଳିଛି।

Leave A Reply

Your email address will not be published.