ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ମୁଖ୍ୟମନ୍ତ୍ରୀ ମୋ ମା’ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ’: ସଞ୍ଜୀବନୀ ସାଜିଲା BSKY, ସଫଳ ପ୍ରତିରୋପଣ ହେଲା ବୋନ୍ ମାରୋ

ଭୁବନେଶ୍ବର: ଜୀବନ ଦେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ସଞ୍ଜୀବନୀ ସାଜିଛି BSKY କାର୍ଡ । ନିଜ ମାଆର ଜୀବନ ଫେରି ପାଇଲା ପରେ ଜଣେ ରୋଗୀଙ୍କ ଆତ୍ମୀୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଯାଜପୁର ଜିଲ୍ଲା ନାଉବାଙ୍କ ଗ୍ରାମର ସୁମନ୍ତ କୁମାର ସାହୁ କହନ୍ତି “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ମା’ ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ” । ଏ ବିଷୟରେ ଅଧିକ ପଚାରିବାରୁ ସେ କହିଲେ – ଆମର ଛୋଟ ଚାଷ ବନ୍ଦି ପରିବାର । ସିଂଘପୁର ହାଟରେ ଛୋଟ ଜଳଖିଆ ଦୋକାନ କରି ବାପା ଓ ମୁଁ ଘର ଚଳାଉ ।

ସେ କହିଛନ୍ତି, ମୋ ମା’ ସ୍ନେହଲତା ସାହୁ (୫୨) ଙ୍କୁ ଲଗାତର ଜ୍ୱର ହେଉଥିଲା । ଗୋଡ଼ ଭୀଷଣ ବିନ୍ଧୁଥିଲା । ସେ ସବୁବେଳେ ଅଥୟ ହେଉଥିଲେ । ବିଭିନ୍ନ ପ୍ରାଥମିକ ପରୀକ୍ଷାରୁ ଜଣା ପଡ଼ିଲା ମା’ଙ୍କର ହିମଗ୍ଲୋବିନ୍ କମୁଛି । ପ୍ଲେଟଲେଟ୍ ମଧ୍ୟ କମୁଛି । ତା’ ପରେ ମେଡ଼ିସିନ୍ ସ୍ପେସାଲିଷ୍ଟଙ୍କୁ ଦେଖେଇଲୁ । ବିଭିନ୍ନ ପରୀକ୍ଷାରୁ ଜଣା ପଡ଼ିଲା ଯେ ମା’ଙ୍କର ବ୍ଲଡ୍ କ୍ୟାନସର ହୋଇଛି । ଏଥିରେ ବ୍ୟଥିତ ହୋଇ ବାପା ହାର୍ଟ-ଷ୍ଟ୍ରୋକରେ ୨୦୨୧ ମସିହା ଜାନୁଆରୀ ୧୭ ତାରିଖ ଦିନ ଆରପାରିକୁ ଚାଲିଗଲେ ।

ଆମେ ଭାଇଭଉଣୀ ତିନିଜଣ । ମୁଁ ବଡ । ପାଠ ପଢୁଥିଲି ଓ ବାପାଙ୍କ ସାଙ୍ଗରେ କାମ କରୁଥିଲି । କ’ଣ କରିବୁ ବୁଦ୍ଧି ଦେଖାଗଲାନି । ଆମକୁ ବି.ଏସ୍.କେ.ୱାଇ. କାର୍ଡ଼ ସାହସ ଦେଲା । ଗାଁ ଲୋକଙ୍କୁ ପଚରା ପଚରି କରି ମା’ଙ୍କ ଚିକିତ୍ସା କଥା ବୁଝିଲୁ ଓ ତାଙ୍କୁ ନେଇ ସମ୍ ହସ୍ପିଟାଲ ଗଲୁ । ଗୋଟେ କାଉଣ୍ଟରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲେଖାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଚିତ୍ର ଥାଇ ବି.ଏସ୍.କେ.ୱାଇ. କାର୍ଡ଼ର ଏକ ଛବି ସେହି କାଉଣ୍ଟରରେ ମରାଯାଇଥିଲା । ସେହି କାଉଣ୍ଟରକୁ ଗଲୁ । କାଉଣ୍ଟର ପାଖରେ ଥିବା ସ୍ୱାସ୍ଥ୍ୟମିତ୍ରମାନେ ସାହାଯ୍ୟ କଲେ । ବି.ଏସ୍.କେ.ୱାଇ. କାର୍ଡ଼ରେ ଆଡ଼ମିଶନ୍ ହେଲା ।

ହେମାଟୋଲୋଜୀ ବିଭାଗର ପ୍ରଫେସର ମାଡ଼ାମ୍ ପ୍ରିୟଙ୍କା ସାମଲ ମା’ ଙ୍କୁ ଦେଖିଲେ । ପରୀକ୍ଷା ନିରୀକ୍ଷା କରି ଚିକିତ୍ସା କଲେ । କେମୋ ଥେରାପି ଓ ଔଷଧ ଆଦି ମାଗଣାରେ ଦେଲେ । ପୁଣି ମାଆଙ୍କ ଅବସ୍ଥା ପରୀକ୍ଷା କରି ବୋନମାରୋ ପ୍ରତିରୋପଣ ପାଇଁ ପରାମର୍ଶ ଦେଲେ । ସେତେବେଳକୁ ବି.ଏସ୍.କେ.ୱାଇ. କାର୍ଡ଼ ର ୫ ଲକ୍ଷ ଟଙ୍କା ପ୍ରାୟ ସରିଆସିଲାଣି । ବୋନମାରୋ ପ୍ରତିରୋପଣ ପାଇଁ କେଉଁଠୁ ଏତେ ଟଙ୍କା ଆଣିବୁ ବୋଲି ଆମେ ଭାଇ ଭଉଣୀ ଚିନ୍ତାରେ ପଡ଼ିଲୁ । ହସ୍ପିଟାଲରେ ଥିବା ସ୍ୱାସ୍ଥ୍ୟମିତ୍ରମାନେ ସାହାସ ଦେଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ଟଙ୍କା ପାଇଁ ହସ୍ପିଟାଲକୁ ଅନୁମୋଦନ ଦେଲେ। ସେହିଠାରେ ମା’ଙ୍କର ଚିକିତ୍ସା ଚାଲିଲା । ବୋନମାରୋ ପ୍ରତିରୋପଣ ହେଲା । ଡ଼ାକ୍ତର ମାଡ଼ାମ୍ ଏବଂ ନର୍ସମାନେ ମା’ ଙ୍କର ବହୁ ସେବା ଯତ୍ନ କଲେ । ଏବେ ଆମେ ମା’ଙ୍କୁ ନେଇ ଘରକୁ ଆସିଲୁଣି । ମା’ ସୁସ୍ଥ ଅଛନ୍ତି । ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ଓଡ଼ିଶା ସରକାର ବି.ଏସ୍.କେ.ୱାଇ. କାର୍ଡ଼ ମାଧ୍ୟମରେ ଯୋଗାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋ ମା’ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ । ଆମେ ସବୁ ଭାଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିର କୃତଜ୍ଞ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୁମନ୍ତ କୁମାର ସାହୁ ।

Leave A Reply

Your email address will not be published.