ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଟିଆରେ ହେବନି ନିର୍ବାଚନ, ସହମତିରେ ବଛାହେବେ ଜନପ୍ରତିନିଧି

ଭୁବନେଶ୍ୱର : କୋଟିଆରେ ହେବନି ନିର୍ବାଚନ । ସହମତି ଭିତ୍ତିରେ ବଛା ହେବେ ଜନ ପ୍ରତିନିଧି । ଆଜି ସର୍ବଦଳୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । କୋଟିଆ ନିର୍ବାଚନରେ ତିନି ଦଳ ପକ୍ଷରୁ ଗୋଟିଏ ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ ନିଷ୍ପତ୍ତି ହୋଇଛି । ସବୁ ଦଳ ପକ୍ଷରୁ ଗୋଟିଏ ପ୍ରାର୍ଥୀ ତଥା ଶିକ୍ଷିତ ଯୁବତୀଙ୍କୁ ପ୍ରାର୍ଥୀ କରାଯିବ ବୋଲି ମତ ପ୍ରକାଶ ପାଇଛି । ଏକତାର ପରିଚୟ ସୃଷ୍ଟି କରିବା ପାଇଁ ସବୁ ଦଳର ଜିଲ୍ଲା ସଭାପତି କହିଛନ୍ତି । ଆନ୍ଧ୍ରରେ ଯେମିତି ସବୁ ଦଳର ନେତା ଏକ ହୋଇ କୋଟିଆରେ ଅନୁପ୍ରବେଶ କରୁଛନ୍ତି। ସେମିତି ଓଡିଶା ଓ କୋରାପୁଟ ଜିଲ୍ଲାର ବିଜେପି, ବିଜେଡି ଓ କଂଗ୍ରେସର ସମସ୍ତ ନେତା ଉପସ୍ଥିତ ରହି ଏକ ସାମୁହିକ ନିଷ୍ପତ୍ତି ଗ୍ରହଣ କରିଛନତି ବୋଲି ନେତା ମାନେ କହିଛନ୍ତି।

କୋଟିଆରେ କିଏ ହେବ ପ୍ରାର୍ଥୀ।  ଏନେଇ ଆଜି କୋରାପୁଟରେ ସର୍ବଦଳୀୟ ବୈଠକ ବସିଥିଲା।ଏହି ସର୍ବଦଳୀୟ ବୈଠକରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ନେତାମାନେ ଉପସ୍ଥିତ ଥିଲେ। ବିଜେଡିର କୋରାପୁଟ ଜିଲ୍ଲା ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, କୋଟିଆରେ ସର୍ବସମ୍ମତି କ୍ରମେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ବଛା ହେବେ। ଏମିତିକି ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ସର୍ବସମ୍ମତିରେ ବଛା ହେବେ।ସବୁ ଦଳର ନେତାଙ୍କ ସହମତିରେ ଏହି ପ୍ରାର୍ଥୀ ଜଣକ ନିର୍ବାଚନରେ ଭାଗ ନେବେ । ତେବେ କିଏ ପ୍ରାର୍ଥୀ ହେବ ସେନେଇ ସବୁ ଦଳର ନେତା ମିଶି ନାମ ଚୟନ କରିବେ । ତେବେ ପ୍ରାଥମିକ ଅବସ୍ଥାରେ ଜଣେ ମହିଳା ଜିଲ୍ଲା ପରିଷଦ ପ୍ରାର୍ଥୀ ହେବା ସ୍ଥିର ହୋଇଛି । ଏହି ବୈଠକରେ ବିଧାୟକ ପିତମ ପାଢୀ, ରଘୁରାମ ପଡାଲ, ବିଜେପି ନେତା ଜୟରାମ ପାଙ୍ଗି, ବିଜେଡି ନେତା ଈଶ୍ୱର ପାଣିଗ୍ରାହୀ, କୋରାପୁଟ୍ ଜିଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ପୂର୍ବତନ ବିଧାୟକ ରାମ କାଡାମ ଓ ପ୍ରଫୁଲ୍ଲ ପାଙ୍ଗି ଉପସ୍ଥିତ ଥିଲେ।

Leave A Reply

Your email address will not be published.